

ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାମଚଣ୍ଡୀ ସେବା ପରିଷଦର ସଭାପତି ତଥା ବିଧାୟକ ସୁଧୀର କୁମାର ସାମଲ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଢେଙ୍କାନାଳ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୧ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଢେଙ୍କାନାଳ ରେଡକ୍ରସ ସୋସାଇଟିର ସଭାପତି ଢେଙ୍କାନାଳ ଜିଲ୍ଲାପାଳ ଏହାକୁ ଗ୍ରହଣ କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହିଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ପ୍ରଶଂସା କରିଛନ୍ତି । ଅନ୍ୟ ପକ୍ଷରେ ଢେଙ୍କାନାଳ ଜିଲ୍ଲା କ୍ରସର ମାଲିକ ସଂଘ ମଧ୍ୟ ୬ ଲକ୍ଷ ଏବଂ ଜୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ୫୦ହଜାର ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠିକୁ ରେଡକ୍ରସର ସଭାପତି ତଥା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଉ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫ହଜାର ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା