

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଵ୍ରହ୍ମପୁର ଝାମି ମନ୍ଦିର ନିକଟ ରେଳ ଧାରଣାରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଦୀର୍ଘ ୬ ଘଣ୍ଟା ଧରି ପଡିରହିଛି । ନିକଟରେ ଜିଆରପି, ଆଇଆଇସି ଉପସ୍ଥିତ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ଖଣ୍ଡବିଖଣ୍ଡିତ ଶବ ରେଳଧାରଣ ନିକଟରେ ପଡ଼ିରହିଛି । ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଠିବ ବୋଲି ଆଇଆଇସିଙ୍କ ଠାରୁ ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମୃତ ମହିଳା ଏବଂ ପୁରୁଷଙ୍କ ପରିଚୟ ମଧ୍ୟ ମିଳିନାହିଁ । ତଦନ୍ତ ଜାରି ରହିଛି । ଘରୋଇ ଗଣ୍ଡଗୋଳ ନା ପ୍ରେମ ଜନିତ ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଆରପି ଆଇଆଇସି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ସମୀରକାନ୍ତ ତ୍ରିପାଠୀ
