
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନରେ ଜନୈକ ଆଇନଜୀବୀଙ୍କୁ କେତେକ ଯୁବକ ମାଡ ମାରିବା, ଠେଲା ପେଲା କରିବା ଘଟଣାର ଅଭିଯୋଗ ଜିଆରପିଙ୍କୁ ଦିଆଯାଇଥିଲେ ମଧ୍ୟ ଦେଢ ମାସ ପରେ ମାମଲା ଜୁରୁ ହୋଇଥିବା ଜଣାଯାଇଛି । ଜଳେଶ୍ୱରର ସେକ୍ବାର୍ଡ ଅଂଚଳର ଆଇନଜୀବୀ ଗଣେଶ ଚନ୍ଦ୍ର ମାଇତି ଓ ପ୍ରାଧ୍ୟାପକ ପ୍ରଭାସ ଚନ୍ଦ୍ର ଗିରି ଗତ ଅକ୍ଟୋବର ୬ ତାରିଖରେ ଷ୍ଟେସନରେ ଭ୍ରମଣ କରୁଥିବା ବେଳେ ରାଜପୁର ଅଂଚଳର ପଦ୍ମଲୋଚନ ବେହେରା ନାମକ୍ ଜନୈକ ପୌରପରିଷଦର ଠିକା କର୍ମଚାରୀ ତାଙ୍କୁ ଠେଲାପେଲା ଓ ମାଡଗୁଳ କରିଥିଲେ । ଏହି ଘଟଣାରେ ଅନ୍ୟ ୨୦/୨୫ଜଣ ଝାଡୁଦାର ପୋଷାକ ପରିଧାନ କରିଥିବା ବ୍ୟକ୍ତି ତାଙ୍କୁ ସହାୟତା କରିଥିବା, ଅଶ୍ଳିଳ ଭାଷା ପ୍ରୟୋଗ କରିବା ସହ ଏକ ସୁନା ଚେନ୍ ଓ ୮୦୦ ଟଙ୍କା ଛଡେଇ ନେଇଯାଇଥିବାର ଜଳେଶ୍ୱର ଜିଆରପିରେ ଅଭିଯୋଗ ହୋଇଥିଲା । ଅଭିଯୋଗର ପ୍ରାୟ ଦେଢମାସପରେ ୨୦-୧୧-୧୯ରେ ଏଫ୍ଆଇଆର୍ ନଂ୭୪ ମୂଳେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଏ ସମ୍ପର୍କରେ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହା ରେଳବାଇ ପରିସର ହୋଇଥିବା ମାମଲାର ବିଳମ୍ବ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା