ରେଳ ମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଲେ ବିଜେପି ନେତା…

ରମ୍ଭା- ଖଲିକୋଟ ଷ୍ଟେସନ କେନ୍ଦ୍ର ରେଳ ରାଷ୍ଟ୍ର ତଥା ବୟନିକା ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଡୋଷ ପରିଦର୍ଶନ କରିଥିବା ସମୟରେ ବିଜେପି ଜିଲ୍ଲା ସମ୍ପାଦକ ତଥା ମତ୍ସ୍ୟଜୀବି ନେତା ଭୀମସେନ ବେହେରାଓ ବରିଷ୍ଟ ରାଜ୍ୟ ବିଜେପି ନେତା ମହେଶ ଚନ୍ଦ୍ର ମହାନ୍ତି ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ରମ୍ଭା ଠାରେ ଉଚା ପ୍ଲାଟଫର୍ମ, ଅନ୍ୟ ଷ୍ଟେସନ କୁହୁଡି, କାଳିଜାଈ ଟେଣ୍ଡର ହୋଇ କାମ ଚାଲିଛି କିନ୍ତୁ ରମ୍ଭା କୁ କାହିଁକି ଅବହେଳା କରାଯାଉଛି ମନ୍ତ୍ରୀଙ୍କୁ ଦୁଷ୍ଟି ଗୋଚର କରିଥିଲେ। ତାପରେ ବୁକିଂ କାଉଣ୍ଟର, ପୁରୀ ଅହମଦାବାଦ, ପ୍ରଶାନ୍ତି ଏକ୍ସପ୍ରେସ ଓ କୋଣାର୍କ ଏକ୍ସପ୍ରେସ ଟ୍ରେନ ରହଣୀ ସମ୍ପର୍କେ। ସେହିଭଳି ଲଙ୍ଗଳେଶ୍ବର ବଡ କାଣ୍ଡରା ମତ୍ସ୍ୟଜୀବି ସାହି ଠାରେ ଜଗୁଆଳ ଗେଟ୍, ସବ୍ ୱେ ନତୁବା ଓଭର୍ ବ୍ରିଜ ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରିଥିଲେ। ଏହି ସମୟରେ ବଂଶିଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା