ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରୋଗୀଙ୍କୁ ନିସ୍ତୁକ ମାଡ ମାରିବା ସହ ସୁନା ଚେନ ଲୁଟି କରି ନେଇଥିବା ମାମଲାରେ ନୟାଗଡ ଜିଲ୍ଲାର ସୀମାଞ୍ଚଳ ତ୍ରିପାଠୀ ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନାରେ ଶୁକ୍ରବାର ଜଣେ ରୋଗୀ ଏତଲା ଦେଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ୮୬/୧୯ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭେଷଜ ବିଶେଷଜ୍ଞ ଡାକ୍ତର ଉମା ମିଶ୍ରଙ୍କୁ ଜେରା କରିଛନ୍ତି । ପୂର୍ବରୁ ବହୁ ରୋଗୀ ତାଙ୍କ ଦ୍ୱାରା ଏବଂ ଦଲାଲଙ୍କ ଦ୍ୱାରା ଶିକାର ହୋଇଥିବା ଅଭିଯୋଗ ହୋଇଛି । ଵ୍ରହ୍ମପୁର ସହରରେ ଡାକ୍ତରମାନଙ୍କ ରାକ୍ଷସ କାରନାମା ବେଶ ଚର୍ଚ୍ଚିତ ହୋଇ ରହିଛି । ନିକଟରେ ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ହୃଷିକେଶ ତ୍ରିପାଠୀ ଜଣେ ବିଧବା ମହିଳାଙ୍କ ପ୍ରେମରେ ପାଗଳ ହୋଇ ଖଲ୍ଲିକୋଟ ଅଂଚଳର ଜଣେ ବିବାହିତ ବ୍ୟକ୍ତି ହେଚଡିଏଫସି ବ୍ୟାଙ୍କ ଏଜେଣ୍ଟ ଵିଷ୍ଣୁ ଗୌଡ଼ଙ୍କୁ ନିଜ କ୍ଲିନିକରେ ଅତି ଦୟନୀୟ ଭାବେ ଶରୀରକୁ ତିନି ଗଡି କରି କାଟି ପୋତି ଦେଇଥିଲେ । ଏବେ ସହରରେ ବହୁତ ଭଲ ଡାକ୍ତର ଥିଲେ ମଧ୍ୟ କିଛି ରାକ୍ଷସ ଡାକ୍ତରଙ୍କ ଲାଗି ଏହି ପ୍ରେଫେସନ ଏବେ ନିନ୍ମଗାମୀ ହୋଇଯାଇଛି । ତେଣୁ ଏହିପରି ଘଟଣା ଘଟିଲେ କିମ୍ବା ରୋଗୀଙ୍କୁ ଚିକିତ୍ସା ସମୟରେ ଡାକ୍ତର କିମ୍ବା ତାଙ୍କ ଦଲାଲ ଆକ୍ରମଣ କିମ୍ବା ଦୁର୍ବ୍ୟବହାର କଲେ ଏହାର ତୀବ୍ର ବିରୋଧ କରନ୍ତୁ ଏବଂ ପୋଲିସକୁ ବିନା ଦ୍ବିଧାରେ ଜଣାନ୍ତୁ । ଚୁପ ରହିଲେ ଏହିପରି ଘଟଣା ସହରରେ ଅଧିକ ହେବ ବିନା କାରଣରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ହନ୍ତସନ୍ତ ହେବେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା