
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନର ୩ନଂ ପ୍ଲାଟଫର୍ମରେ ବିଶୁଦ୍ଧ ଥଣ୍ଡା ପିଇବା ପାଣିର ବ୍ୟବସ୍ଥା ନ ଥିବାରୁ ରୋଟାରୀ କ୍ଲବର ସଂପାଦିକା ଡା. ଦିପ୍ତିମୟୀ ମହାପାତ୍ର ଓ ଡା, ବେଣୁଧର ହୁଇଙ୍କ ବିବାହର ୨୫ବର୍ଷ ପୁର୍ତ୍ତ ଅବସରରେ ଏପରି ଏକ ପ୍ରକଳ୍ପ ପ୍ରଦାନ କରିଛନ୍ତି । ୧ଲକ୍ଷ୩୫ହଜାର ଟଙ୍କା ବ୍ୟୟରେ ଏହି ପ୍ରକଳ୍ପକୁ ଜଳେଶ୍ୱର ରେଳ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଇଂ ପ୍ରଦୀପ ବେହେରା, ସଂପାଦିକା ଡା. ଦିପ୍ତୀମୟୀ ମହାପାତ୍ର, ସୁରେଶ କୁମାର ଦାସ, ସୁରେଶ କୁମାର ସାହୁ, ସତ୍ୟବ୍ରତ ଜେନା, ସତ୍ୟସୁନ୍ଦର ଦାସ, ନିତ୍ୟଗୋପାଳ ଦାସ, ଲକ୍ଷ୍ମୀଧର ହାଁସଦା, ପ୍ରବୀର କୁମାର ପ୍ରଧାନ, ପ୍ରଫୁଲ୍ଲ ଦାସ, ସୁବ୍ରଜ ରଣା, ନନ୍ଦନ ଦର୍ତ୍ତ, ମନୋରଂଜନ ଦାସ, ସତ୍ୟନାରାୟଣ ସିଂ, ଅଶୋକ ମହାନ୍ତି, ଲେଲିନ୍ ପ୍ରଧାନ, ସୁବିର ଜେନା, ସୁଭ୍ରକାନ୍ତ ଦେ, ପ୍ରଭାତ କୁମାର ସାହୁ, ଅନୂପ ପଣ୍ଡା ଓ କମଳଲୋଚନ ପାତ୍ର ପ୍ରମୁଖ ରୋଟାରିଆନ୍ମାନେ ଉପସ୍ଥିତ ଥିଲେ । ଏପରି ଅନ୍ୟଏକ ପ୍ରକଳ୍ପ ଭୂଷଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଲୋକାର୍ପିତ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା