ରୋଟାରୀ କ୍ଲବ ପକ୍ଷରୁ ସାନିଟାଇଜ ମେସିନ ବଣ୍ଟନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ବିଶ୍ୱରେ କରୋନା ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରିଥିବା ବେଳେ ଭଞ୍ଜନଗର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି l କରୋନା ଠାରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ପ୍ରକାର ଔଷଧ ବାହାରି ନ ଥିବା ବେଳେ କେବଳ ସଚେତନତା ହିଁ ଏକ ମାତ୍ର ମାଧ୍ୟମ ଅଟେ l ସମସ୍ତ ଅଫିସ, ଦୋକାନ, ବଜାର ଇତ୍ୟାଦି ସ୍ଥାନ ଗୁଡିକରେ ସମସ୍ତ ଲୋକ ହାତରେ ସ୍ପର୍ଶ କରି ସାନିଟାଇଜର ବୋତଲ ବ୍ୟବହାର କରିବା ଦ୍ୱାରା ମଧ୍ୟ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି l ତେଣୁ ଏହାକୁ ଆଖି ଆଗରେ ରଖି ଭଞ୍ଜନଗର ସହରରେ ରୋଟାରୀ କ୍ଲବ ତରଫରୁ ୮ଟି ହ୍ୟାଣ୍ଡ ଫ୍ରି ସାନିଟାଇଜ ମେସିନ ବାହାରୁ ଆଣି ଭଞ୍ଜନଗର ଏନ.ଏ.ସି ଅଫିସ, ପୋଲିସ ଷ୍ଟେସନ, ଉପଜିଲ୍ଲାପାଳଙ୍କ କାଯ୍ୟାଳୟ, ଉପଖଣ୍ଡ ମେଡିକାଲ, ତହସିଲଦାର ଅଫିସ, ଭଞ୍ଜନଗର ବ୍ଲକ ଅଫିସ, ବେଲଗୁଣ୍ଠା ବ୍ଳକ ଅଫିସ ଓ ମେଡିକାଲକୁ ପ୍ରଦାନ କରାଯାଇଛି । ଏହି ମଶିନର ବିଶେଷତ୍ୱ ହେଉଛି ଜଣେ ବ୍ୟକ୍ତି ବିନା ହାତ ଦେଇ ଗୋଡ଼ରେ ମେସିନକୁ ପୁସ୍ କରିବା ଦ୍ୱାରା ଏହା ଅଟୋମେଟିକ ହାତକୁ ସାନିଟାଇଜ କରିବ । ଯାହାଫଳରେ କରୋନା ସଂକ୍ରମଣ ରୋକାଯାଇପାରିବ l ରୋଟାରୀ କ୍ଲବର ଏହି ପ୍ରକାର ଅଭିନବ କାର୍ଯ୍ୟକ୍ରମକୁ ସମଗ୍ର ଭଞ୍ଜନଗର ଅଞ୍ଚଳରେ ପ୍ରଶଂସା କରଯାଇଛି l

ରିପୋର୍ଟ – ନିଲୁ ବିଷୋୟୀ