

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ ପିଲିବନ୍ଧ ରୋଡ ସ୍ଥିତ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ତଥା ସମ୍ପାଦକ ପରୋପକାରମଣି ରୋଟାରିଆନ ଏସ ବିଶ୍ବନାଥନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସଭାପତି ଏମ ଧନଞ୍ଜୟ ରେଡ୍ଡୀଙ୍କ ସମେତ ତାଙ୍କର ଅନ୍ୟ ପଦାଧିକାରୀଙ୍କୁ ଶପଥ ପାଠ କରାଇଥିଲେ । ଡକ୍ଟର ବିମଳ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସ୍ବାଗତିକା ବିବରଣୀ ପ୍ରଦାନ କରିଥିଲେ । ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କୁ ସମ୍ମାନୀତ କରିଥିବା ବେଳେ ନବ ନିର୍ବାଚିତ ସମ୍ପାଦକ ଇ. ନାଗେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସରକାରୀ ଅଧିବକ୍ତା ପଦ୍ମ ଚରଣ ସାହୁ ନୂତନ ସଦସ୍ୟତା ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା