

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସ୍ଥାନୀୟ ନୟାପଲ୍ଲୀସ୍ଥିତ ଉତ୍କଳ ଚାମ୍ବର୍ ଅଫ୍ କମର୍ସର ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ୱର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ଆରମ୍ଭ ହୋଇଥିଲା ଓ ପରେ ରୋଟାରୀର ପ୍ରତିଷ୍ଠାତା ପଲ୍ ପି. ହାରିସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ଶାନ୍ତନୁ କୁମାର ପାଣି ଚାର୍ଟର୍ ପ୍ରେସିଡେଣ୍ଟ୍ ବିମ୍ବାଧର ବେହେରାଙ୍କୁ ଚାର୍ଟର୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ସମାରୋହରେ ନୂତନ କ୍ଲବ୍ ଉପଦେଷ୍ଟା ସୌମ୍ୟରଂଜନ ମିଶ୍ର, ଚାର୍ଟର୍ ସେକ୍ରେଟାରୀ ଗିରୀଶ ପ୍ରସାଦ ମିଶ୍ର, ରୋଟାରିଆନ୍ ନରେନ୍ଦ୍ର କୁମାର ମିଶ୍ର, ଅଶ୍ବିନୀ କର, ରବିନାରାୟଣ ନନ୍ଦ, ଶିବବ୍ରତ ରଥ, ପ୍ରବୁଦତ୍ତ ସୁବୁଦ୍ଧି, ଜୟଶ୍ରୀ ମହାନ୍ତି, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ,ଶିବ ପ୍ରସାଦ ଦାସ୍ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ସାମିଲ୍ ହୋଇଥିଲେ ।
