

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ ପ୍ରତ୍ୟେକ ଅସହାୟ ଓ ଅଭାବରେ ଥିବା ପରିବାର ନିକଟରେ ସାହାଯ୍ୟ ପହଞ୍ଚାଇବା ନିମନ୍ତେ ଥିବା ରୋଟାରୀର ଲକ୍ଷ୍ୟକୁ ପୂରଣ କରିବା ପାଇଁ ରୋଟାରୀ କ୍ଲବ ବ୍ରହ୍ମପୁର ପକ୍ଷରୁ ଛତ୍ରପୁର ରୋଟାରୀ କ୍ଲବ ସହଯୋଗରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଆମେରିକାରେ ରହୁଥିବା ଓଡିଆ ମାନଙ୍କ ସଂଘ ଓଏସଏଏଚଡବ୍ଲ୍ୟ (ଓଡିଶା ସୋସାଇଟି ଅଫ ଆମେରିକାସ ହେଲଥ ଏଣ୍ଡ ୱେଲନେସ) ଓ ଗଞ୍ଜାମ ବଣିକ ସଂଘର ସହାୟତାରେ ରୋଟାରୀ କ୍ଲବ ବ୍ରହ୍ମପୁର ର ସଭାପତି ମିହିର ପାଣିଗ୍ରାହୀ ଓ ଛତ୍ରପୁର କ୍ଳବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ନେତୃତ୍ବରେ ଗଞ୍ଜାମ ବ୍ଳକର ପାଲଂଗ ପଞ୍ଚାୟତର କାନଖାଇ ଓ ରାଣୀବର ଗ୍ରାମର ୫୦ଟି ଲେଖାଏଁ ଆଦିବାସୀ ଓ ହରିଜନ ପରିବାରକୁ ସେମାନଙ୍କ ଘରେ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହାସହ ଛତ୍ରପୁର ବ୍ଳକର ଚିକଲଖଣ୍ଡି ପଞ୍ଚାୟତର ଡାମିଏନ ନଗରରେ ରହୁଥିବା ୫୩ଟି କୁଷ୍ଠ ରୋଗୀଙ୍କ ପରିବାରକୁ ମଧ୍ୟ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ରୋଟାରୀ ଜିଲ୍ଲା କାର୍ଯ୍ୟ ନିର୍ବାହୀ ସମ୍ପାଦକ ଶ୍ରୀନିବାସ ପୃଷ୍ଟି, ଛତ୍ରପୁର କ୍ଳବ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ବ୍ରହ୍ମପୁର କ୍ଳବ ସମ୍ପାଦକ ଇ. ଆନନ୍ଦ, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ରୋଟାରିଆନ ଏମ ଧନଞ୍ଜୟ ରେଡୀ, ପ୍ରଫୁଲ ପଟନାୟକ, ଲଳିତ ମଙ୍ଗରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପାଲଙ୍ଗ ପଞ୍ଚାୟତର ମନୋଜ ପ୍ରଧାନ ଓ କୃଷ୍ଣ ପ୍ରଧାନ ସମସ୍ତ ବଣ୍ଟନ ବ୍ୟବସ୍ଥାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


