

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ମହାନ୍ ସଂଘ ସହଯୋଗରେ ରୋଟାରୀ କ୍ଲବ ମିଡ ଟାଉନ ବ୍ରହ୍ମପୁର ତରଫରୁ ବିଶ୍ଵ ନିକେତନ ଜରା ନିବାସ ବ୍ରହ୍ମପୁର ଶାଖା ପରିସରରେ ବନ୍ଧୁ ମିଳନ ଓ ପ୍ରସାଦ ସେବନ ସହ ଅନ୍ତେବାସି ବୃଦ୍ଧାମାନଙ୍କୁ ଶାଢ଼ୀ ବଣ୍ଟନ କରାଯାଇଛି । ବିଶିଷ୍ଟ ସମାଜ ସେବୀ ତଥା ଉଭୟ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତ, ହରିପ୍ରସାଦ ମଲଣା, ପୂର୍ବତନ ପ୍ରଶାସନିକ ଅଧିକାରୀ ଉଦୟ ପ୍ରଧାନ, ରାଧାଚରଣ ନାୟକ, ଏସ କେ ପାତ୍ର, ସୁରେଶ ତ୍ରିପାଠୀ, ଭିସ୍ମ ଚାର୍ଯ୍ୟ ଚଉଧୁରି, ଅଶୋକ ତ୍ରିପାଠୀ, ଗୋଦାବରୀ ପାତ୍ର, ପ୍ରଭାକର ସାହୁ, ଶ୍ରୀମତୀ ବନ୍ଦିତା ତ୍ରୀପାଠୀ, ଲୋପ। ସାମଲ, ପ୍ରକାଶ ଵଜନୀ, ଭାରତୀ ପାତ୍ର, ପି. ବୂଚି ବାବୁ, ଜିତେନ୍ଦ୍ର ମୁନିଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ସଞ୍ଜୟ ସାବତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା