

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀର ପ୍ରଥମ ଦିନରେ କଳସ ଶୋଭାଯାତ୍ରା ମହା ଆଡମ୍ବରରେ କରାଯାଇଛି । ଏହି ଶୋଭାଯାତ୍ରା ବିଦ୍ୟାଳୟରୁ ବାହାରି ରାବଣାମାମା ମନ୍ଦିର ଦେଇ ବଜାର ପରିକ୍ରମା କରାଯାଇଥିଲା । ଏହି ଅବସରରେ ପୂର୍ବ ଛାତ୍ର ପରିଷଦ ଦ୍ୱାରା ଜ୍ୟୋତି ରାବଣାମାମା ମନ୍ଦିରରୁ ଆସିଥିଲା । ପ୍ରାୟ ୫୦୦ ଜଣ ମା’ଙ୍କ ଦ୍ୱାରା ଏହି କଳସ ଶୋଭାଯାତ୍ରା କରାଯାଇଥିଲା । ଶିଶୁ ମାନଙ୍କ ଝାଙ୍କି ପ୍ରଦର୍ଶନ ଓ ଘୋଷ ପ୍ରଜ୍ଜ୍ଵଳନ କରାଯାଇଥିବା ବେଳେ ଏନସିସି ଓ ସ୍କାଉଟ ଶିଶୁ ମାନେ ଶୃଙ୍ଖଳା ପରିଚାଳନା କରିଥିଲେ । ଶେଷରେ ଶିଶୁ ମନ୍ଦିର ପରିସରରେ ଗାୟତ୍ରୀ ପରିବାରର ଗୋକୁଳ ଚନ୍ଦ୍ର ନାହାକ ଦ୍ୱାରା ଦ୍ୱୀପ ଯଜ୍ଞ କରାଯାଇଥିଲା । ଏଥିରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଭାପତି ରଜନୀକାନ୍ତ, ଉପସଭାପତି ପଦ୍ମଚରଣ ସାହୁ, ସମ୍ପାଦକ ଟିଭି କ୍ରିଷ୍ଣୟା ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା







