ଲକଡାଉନ ଯୋଗୁଁ ସାଇକଲରେ ଚେନ୍ନାଇରୁ ଖଇରଖମା : କ୍ଵାରେଣ୍ଟାଇନରେ ଯୁବକ…

ବେଗୁନିଆପଡା (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସମସ୍ତଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି ସରକାର । ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି । ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି । ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି । ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ତା କରୁଛନ୍ତି । ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି । ଲକଡାଉନ ପାଇଁ ଯାନବାହାନ ଚଳାଚଳରେ ପ୍ରତି ବନ୍ଧକ ଲାଗିଛି । ଏ ସବୁ ଭିତରେ ଚେନ୍ନାଇରୁ ସାଇକଲ ଯୋଗେଁ ଗଞ୍ଜାମ ଚାଲି ଆସିଛନ୍ତି ବେଗୁନିଆପଡା ବ୍ଲକ ବଡ ଖଇରଖମାର ଯୁବକ । ଯୁବକ ଜଣକ ବଡ଼ଖଇରଖମା ଗ୍ରାମର ହୋଇଥିବା ବେଳେ ତାଙ୍କ ବୟସ ୨୫ ବର୍ଷ । ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକଙ୍କ କହିବା ଅନୁଯାଇ ଗତ ୧୬ ତାରିଖରେ ଯୁବକ ଜଣକ ଚେନ୍ନାଇରୁ ସାଇକଲ ଯୋଗେଁ ବିଜୟୱାଡା ଆସିବା ପରେ ଏକ ମାଲବହି ଟ୍ରକ ଯୋଗେଁ ଶ୍ରୀକାକୁଲମ ଆସି ପୁଣି ସାଇକଲ ଯୋଗେଁ ଯାତ୍ରା କରି ୨୩ ତାରିଖରେ ବଡ଼ଖଇରଖମାରେ ପହଁଚିଲେ । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ବାରିକ ଖବର ପାଇ ତାଙ୍କୁ ବଡ଼ ଖଇରଖମାରେ ଥିବା ଅସ୍ଥାୟୀ କ୍ଵାରେଣ୍ଟାଇନରେ ରଖିଛନ୍ତି । ସରପଞ୍ଚ ପ୍ରତିନିଧି ସନ୍ତୋଷ ବାରିକ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୋଭିଡ୍-୧୯ ୱାର୍ଡକୁ ପରୀକ୍ଷା ନିମନ୍ତେ ପଠାଇବା ପାଇଁ ବ୍ୟବସ୍ତା କରାଯାଉଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟଯେ କିଛି ଦିନ ତଳେ ବେଗୁନିଆପଡାର ଏକ ଯୁବକ ମୁମ୍ବାଇରୁ ଟ୍ରକ ଯୋଗେ ଫେରିଥିଲେ । ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ତ୍ୱେ ଚେନ୍ନାଇରୁ କିଭଳି ଚାଲି ଆସିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ