ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ବି ସୁବର୍ଣ୍ଣରେଖା ନଦୀର ତଟବର୍ତ୍ତୀ ଗ୍ରାମରେ ପର୍ବତ ପରିମାଣର ବାଲି ଠୁଳ କରି ରଖା ଯାଇଛି । ବାଲି ଅମୂଲମୂଲ ହୋଇଥିବା ବେଳେ ଏପରି ବେଆଇନ୍ ଜମା କରି ରଖିଥିବା ମୁନାଫାଖୋର ବ୍ୟବସାୟୀଙ୍କ ପ୍ରତି ଚରମ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି । ସୁବର୍ଣ୍ଣାଖା ନଦୀବାଲି ଲାଗି ଏବେ ୨ଟି ଏନ୍ଜିଟି ମାମଲା ଚାଲିଛି । ସୁଦର୍ଶନ ଦାସଙ୍କ ମାମଲା ଦିଲ୍ଲି ଏନ୍ଜିଟିରେ ଚାଲିଥିବା ବେଳେ ସମୀର ପାତ୍ରଙ୍କ ଦ୍ୱାରା ଅନ୍ୟଏକ ମାମଲା କୋଲକତାରେ ଚାଲିଛି । ଏନଜିଟିର ନିର୍ଦ୍ଦେଶରେ ବହୁ ପଦସ୍ଥ କର୍ମକର୍ତ୍ତା ରାଜ୍ୟ ଓ ଦେଶରୁ ଆସି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଫଳରେ ଉପାନ୍ତରେ ଥିବା ସବୁ ବାଲି ଖାଦାନ ଏବଂ ନିକଟରେ ଅନ୍ୟ ୩ଟି ବାଲି ଖାଦାନକୁ ଏନ୍ଜିଟିର ନିର୍ଦ୍ଦେଶରେ ବନ୍ଦ ରଖାଯାଇଛି । କିନ୍ତୁ ସେଠାରେ ୧୪୪ ଧାରା ଜାରି ହୋଇଛି କି ନା ଏ ସଂପର୍କରେ ଜନସାଧାରଣଙ୍କୁ ଅଜଣା । ଅନ୍ୟ ପକ୍ଷରେ ଶିଖରପୁର ଓ ମହମ୍ମଦଦନଗରପାଟଣା ଗାଁକୁ ଉଦାହରଣ ଭାବେ ନେଲେ ଅନ୍ୟ ନଦୀକୂଳିଆ ଗାଁ ଗୁଡିକରେ କେତେବାଲି ଜମା ରହିଛି ତାହା ସ୍ପଷ୍ଟ ହେବ । ଗୋଟିଏ ଟ୍ରାକ୍ଟରରେ ୧୦୦ ଘନଫୁଟ ବାଲିପାଇଁ ରାଜ୍ୟସରକାର ୧୦୦ରୁ ୧୨୦ ଟଙ୍କା ରାଜସ୍ୱ ଦିଆଯାଉଥିବା ବେଳେ ଏବେ ବାଲି ଜମାରଖିଥିବା ବ୍ୟକ୍ତିମାନେ ଟ୍ରାକ୍ଟର ବର୍ତ୍ତି ବାଲି ପାଇଁ ୩୬୦୦ ଟଙ୍କା ନିଆଯାଉଛି । ନଦୀକୂଳ ଗ୍ରାମଗୁଡିକରେ ବାଲି ଜମା ରଖିଥିବା ବ୍ୟକ୍ତିମାନେ ଏବେ କୌଣସି ରୟାଲିଟି ସରକାରଙ୍କୁ ନ ଦେଇ ଟ୍ରାକ୍ଟର ପିଛା କେବଳ ୩୬୦୦ଟଙ୍କା ନେଉଥିବା ଜଣାଯାଇଛି । ଏବେବି ଏହି ଗାଁ ମାନଙ୍କରେ ହଜାର ହଜାର ଘନମିଟର ବାଲି ଗଚ୍ଛିତ ଥିବା ଦେଖିବାକୁ ମିଳୁଛି । ଏହାଛଡା ଜାତୀୟ ରାଜପଥ କଡ, ରାଜ୍ୟରାଜପଥ କଡ, ସରକାରୀ ଜାଗା ମାନଙ୍କରେ ବାଲି ଗଚ୍ଛିତ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ସରକାରୀ ନିର୍ମାଣ , ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଗୃହ ନିର୍ମାଣ ଲାଗି ବାଲି ମିଳୁନଥିବାରୁ ନିର୍ମାଣ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାିଛି । ଜଳେଶ୍ୱର, ଭୋଗରାଇ, ବାଲିଆପାଳ ବ୍ଲକ ଗୁଡିକରେ ନିର୍ମାଣ କାର୍ଯ୍ୟ ଓ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି ଆବଶ୍ୟକୀୟ ବାଲି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ବାଲିଖାଦାନମାନଙ୍କରୁ ଯୋଗାଇ ଦେବାକୁ ଦାବି ହେଉଛି ।