ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ନିର୍ଦେଶକ୍ରମେ ଗତକାଲି ତଥା ଶନିବାର ରାତିରେ ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ଶାଗୁଆନ କାଠ ବୋଝେଇ ଏକ ଟ୍ରାକଟରକୁ ପୁଞ୍ଜିକରା ଛକରେ ଜବତ କରିଥିବା ଜଣାପଡିଛି l ସୂଚନା ଅନୁଯାୟୀ ବେଆଇନ ଭାବେ ଚୋରାଚାଳନ କରୁଥିବା ଅଭିଯୋଗରେ ଚାରି ଜଣକୁ ଅଟକ ରଖାଯାଇ ସେମାନଙ୍କୁ ଥାନାରେ ଜେରା କରିବା ପରେ ସମସ୍ତଙ୍କ ଘର ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସେମାନଙ୍କୁ ଏହି କାମ ପାଇଁ ଡାକି ନେଇଥିବା ଅଭିଯୁକ୍ତମାନେ ଥାନାରେ କହିଛନ୍ତି l ଏହି କାଠ ଗୋକର୍ଣ୍ଣପୁର ପଞ୍ଚାୟତ କାଯ୍ୟାଳୟ ପରିସରରୁ ଭୀଷ୍ମଗିରି ଯାଉଥିବା ବେଳେ ବନ ବିଭାଗ କାବୁ କରିଛି ଟ୍ରାକଟର ନମ୍ବର ଓଡି ୦୭ ଏସ ୫୨୬୭ ଏବଂ ଟ୍ରଲ୍ଲୀ ନମ୍ବର ଓଆର ୦୭ ଏକ୍ସ ୨୫୬୦ ହୋଇଥିବା ବେଳେ ଜବତ ଶାଗୁଆନି କାଠର ମୂଲ୍ୟ ପ୍ରାୟ ଚାରି ଲକ୍ଷରୁ ପାଞ୍ଚ ଲକ୍ଷ ହେବ ବୋଲି ରେଞ୍ଜେର କାଁହୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ପଞ୍ଚାୟତ କୋଠା ନିର୍ମାଣ ପାଇଁ ଗଛ କାଟିବାକୁ ଅନୁମତି ଲୋଡ଼ା ଯାଇଥିବା ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଦୋରା କହିଥିବା ବେଳେ ବେଆଇନ ଭାବେ କାଠ ଚାଲାଣ ବେଳେ ଅଭିଯୁକ୍ତଙ୍କ ପଖରେ କୌଣସି ଅନୁମତି ପତ୍ର ନଥିବା ଫୋରେଷ୍ଟର ସୋମନାଥ ମଲ୍ଲିକ କହିଛନ୍ତି l ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରା ଯାଇଥିବା ଜଣାପଡିଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା