ଲକ୍ଷ୍ମଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ:ମେଧା ଓ ଚରିତ୍ରଗଠନ ଲାଗି ବିଦ୍ୟାଳୟ ତଥା ପରିବାର-ପରିବେଶ ପ୍ରମୁଖ ଭୂମୀକା ଗ୍ରହଣ କରୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମେଧା ଓ ଚରିତ୍ର ଗଠନ ଲାଗି ପରିବାରର ପରିବେଶ ଓ ଶିକ୍ଷାୟତନ ପ୍ରମୁଖ ଭୂମୀକା ଗ୍ରହଣ କରୁ ବୋଲି ଆଜି ଅପରାହ୍ନରେ ରାଜ୍ୟର ଉତ୍ତର ସୀମାରେ ଥିବା ତଥା ବାଲେଶ୍ୱର ଜିଲାର ୨ୟ ପୁରାତନ ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ୧୮୭୭ ମସିହାରେ ତତ୍କାଳୀନ ଜମିଦାର ଲକ୍ଷ୍ମଣନାଥ ସ୍କୁଲ ନିର୍ମାଣ କରିଥିବା ବେଳେ ଅଦ୍ୟାବଧି ତାହା ଉପାନ୍ତ ଅଂଚଳରେ ଶିକ୍ଷାର ଏକ ଆନ୍ଦୋଳନ ସୃଷ୍ଟି କରି ଆସିଛି । ଆଜି ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଘୋଷାଲ ଅଧ୍ୟକ୍ଷତା କରି ୧୮୫୧ ମସିହାରେ ସେଠାରେ ପ୍ରତିଷ୍ଠା ହୋଇଥିବା ଭର୍ଣ୍ଣକୋଲାର ସ୍କୁଲଟି ୧୯୫୭ରେ ପ୍ରାଥମିକ ବିଦ୍ୟାଳୟ ଓ ପରେ ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତାପାଇ ଆସୁଅଛି ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଭୁମନେଶ୍ୱରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରମଣି ନାୟକ ଯୋଗ ଦେଇ ବିଦ୍ୟାଳୟ ଏକ ଶିକ୍ଷା ମନ୍ଦିର, ସେଠାରେ ମେଧା ସହିତ ଚରିତ୍ର ଗଠନର ସମ୍ପାଦନ ହେବା ଉଚିତ୍, ଶିକ୍ଷକର ସାମଗ୍ରୀକ ଗୁଣ ଛାତ୍ରଛାତ୍ରୀମାନଙ୍କ ଉପରେ ପଡୁଥିବାରୁ ସେମାନଙ୍କର ଆଚରଣ ଓ ଉଚ୍ଚାରଣ ସଠିକ୍ ହେବା ଉଚିତ୍ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଅଧ୍ୟାପକ ରିତିକ୍ କେଦାର ନାଥ ମହାନ୍ତି ସାମ୍ପ୍ରତିକ ସମାଜରେ ସଂସ୍କୃତି ଓ ପରାମ୍ପରା ପ୍ରତି କର୍ତ୍ତବ୍ୟପ୍ରତି ସଂକଟ ଦେଖାଦେଇଥିବା ବେଳେ ବାପା ମାଙ୍କ ଶୁଭେଚ୍ଛା ଆଗାମୀ ଦିନରେ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନ କରିବା ସମ୍ଭବ ହୋଇଥାଏ । ମଣିଷ ତିଆରି କାରଖାନାରେ ପାରିବାରିକ ଚର୍ଚ୍ଚା ଓ ଶ୍ରେଣୀ ଗୃହର ପ୍ରଭାବ ରହିଥାଏ । କେବଳ ବିଦ୍ୟାଳୟରେ ସବୁଶିକ୍ଷା ହୋଇନଥାଏ । ମା ଗର୍ଭରେ ଥିବା ବେଳେ ଶିକ୍ଷା ଆରମ୍ଭ ହୋଇ ସୁଚରିତ୍ର ଗଠନ ହୋଇଥାଏ । ଏଥିପ୍ରତି ପିତାମାତାମାନେ ସଚେତନ ହେଲେ ସମାଜ ପରିବର୍ତ୍ତନ ଅଭିସମ୍ଭାବି ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ଅବସରପ୍ରାପ୍ତ ପ୍ରଫେସର ଶ୍ୟାମାଚରଣ ଦାସ, ସମାଜସେବୀ ଗୌରଚରଣ ଘୋଷାଲ, ପୂର୍ବତନ ପ୍ରଧାନ ଶିକ୍ଷକ ଦୁଲାଲ ଚରଣ ଦାସ, ଅବସରପ୍ରାପ୍ତ ଜଗୁଆଳି ଝାଟୁ ମାହାଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବଂଶୀଧର ଦାସ ଧନ୍ୟବାଦ ଦେଇଥିବା ବେଳେ ପ୍ରଦୀପ କୁମାର ଜେନା ଅତିଥି ପରିଚୟ ଓ ମଞ୍ଚ ଆହ୍ୱାନ କରିଥିଲେ । ଗୁରୁ ବୃନ୍ଦାବନ ବେହେରା ଓ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମହାନ୍ତି ବିବରଣୀ ପାଠରେ ଦୀର୍ଘବର୍ଷ ଏହି ସ୍କୁଲର ପିଲାମାନଙ୍କର କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା