ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଗେଟ୍ୱେ ଭାବେ ପରିଚିତ ଲକ୍ଷ୍ମଣନାଥରୋଡ ଷ୍ଟେସନ ଅଦ୍ୟାବଧି ରେଳ କର୍ତ୍ତପକ୍ଷଙ୍କ ଉପେକ୍ଷା ଯୋଗୁଁ ଅବହେଳିତ ଅବସ୍ଥାରେ ରହିଥିବାରୁ ଏହାର ବିକାଶଲାଗି ସେ ଅଂଚଳର ବୁଦ୍ଧିଜିବୀ ଓ ନେତୃସ୍ଥାନୀୟ ଲୋକଙ୍କୁ ନେଇ ଏକ ଉନ୍ନୟନ କମିଟି ଗଠିତ ହୋଇଛି । ପୂର୍ବତନ ସରପଂଚ ଚିତ୍ତରଂଜନ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଷ୍ଟେସନରୁ ନଛିମପୁର, ଗୋବରଘଟ୍ଟା, ଲକ୍ଷ୍ମଣନାଥ, ଦକ୍ଷିଣ ପ୍ରହରାଜପୁର, ଖୁଦିଆମାଝିସାହି ଇଦ୍ୟାଦି ପଂଚାୟତ ସହିତ ପଶ୍ଚିମବଂଗର ସୁନାକଣିଆ, ଚକିସ୍ମାଇଲପୁର ଓ ବାଇପାଟଣା ପ୍ରଭୃତି ଅଂଚଳର ଯାତ୍ରୀମାନେ ଯାତାୟାତ କରିଥାନ୍ତି । ଏଠାରେ ମାତ୍ର କେତୋଟି ପାସେଞ୍ଜର ଟ୍ରେନ ଅଟକୁଥିବା ବେଳେ ରେଳବାଇ ଏଠାରୁ ବହୁ ରାଜସ୍ୱ ପାଇଥାଏ । କିନ୍ତୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ, ୱେଟିଂ ରୁମ୍, ପୁରୁଷ ଓ ମହିଳାଙ୍କ ଶୌଚାଳୟ, ସୁଦୀର୍ଘ ପ୍ଲଟଫର୍ମ ସେଡ୍, ଇନ୍କ୍ୟାରୀର ବ୍ୟବସ୍ଥା ନ ଥିବାରୁ ଜନ ଅସନ୍ତୋଷ ବଢି ଆସୁଛି । ବ୍ଲକ ଫର୍ମ ଗୁଡିକ ଉଚ୍ଚ ନ ଥିବାରୁ ଯାତ୍ରୀ ଦୁର୍ଘଟଣାରୁ ଶୀକାର ହେଉଛନ୍ତି । ତେଣୁ ସର୍ବସମ୍ମତିକ୍ରମେ ଗଠିତ କମିଟି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସୂଚନା ମିଳିଛି । କମିଟିର ସଭାପତି ଭାବେ ସରପଂଚ ବୁଦେ୍ଧଶ୍ୱର ପ୍ରଧାନ, ଉପସଭାପତି ରଂଜନ କୁମାର ଦାସ ମହାପାତ୍ର, ସଂପାଦକ ସଂଜୟ ଦାସ, ସହ ସଂପାଦକ ନିଶିକାନ୍ତ ଦାସ, କୋଷାଧ୍ୟକ୍ଷ ରୋଜଶ କୁମାର ଦାସ ଓ ଆବାହକ ଅର୍ଜୁନ କୁମାର ସିଂଙ୍କୁ ମନୋନୀତ କରାଯାଇଛି । ଷ୍ଟେସନର ବିଭିନ୍ନ ଦାବି ସଂପର୍କରେ ସେମାନେ ଖଡଗପୁରସ୍ଥିତ ଡିଆରଏମ୍, ଜିଏମ୍, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା