ଲଘୁ ଖଣିଜ ସମ୍ପଦରୁ ୪୦୦ କୋଟିରୁ ଉର୍ଦ୍ଧ ରାଜସ୍ୱ ଆଦାୟ…

ଭୁବନେଶ୍ୱର ( ଆକାଶ ମିଶ୍ର )-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନରେ ରାଜ୍ୟ ସରକାରଙ୍କ ଦ୍ୱାରା ମିନେରାଲ ରେଂଟ ରିସୋର୍ସେସ ଟାକ୍ସ ଜରିଆରେ ଟିକସ ଆଦାୟ କରିବାର ବ୍ୟବସ୍ଥା ନାହିଁ  । ତେଣୁ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ଆଦାୟ କରାଯାଇ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ସମ୍ଭବପର ନୁହେଁ ବୋଲି ଖଣି ଓ ଇସ୍ପାତ ବିଭାଗର ଜନୈକ ମୁଖପାତ୍ର କହିଛନ୍ତି  । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ରୟାଲଟି ଦରରେ ପରିବର୍ତନ ନହେବା ଯୋଗୁଁ ରାଜ୍ୟ ସରକାର କେତେ ରାଜସ୍ୱ ହରାଇଛନ୍ତି, ତାହାର ସଠିକ୍ ଆକଳନ କରିବା ସମ୍ଭବପର ନୁହେଁ  । ଅନ୍ୟପକ୍ଷରେ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲଘୁ ଖଣିଜ ସମ୍ପଦରୁ ୪୦୦ କୋଟିରୁ ଉଦ୍ଧ୍ୱର୍ ରାଜସ୍ୱ ଆଦାୟ କରାଯାଇଛି  । ରାଜସ୍ୱ ବୃଦ୍ଧି ନିମନ୍ତେ ମାଙ୍କଡ଼ା ପଥର, ମୋରମ ଇତ୍ୟାଦିର ବେଆଇନ ଖନନ ଓ ଚାଲାଣ ରୋକିବା ନିମନ୍ତେ ଗୃହ ବିଭାଗର ଅନୁମୋଦନ କ୍ରମେ ୭ଟି ଜିଲ୍ଲାରେ ମୋଟ୍ ୧୦ଟି ଅତି ସମ୍ବେଦନଶୀଳ ତହସିଲରେ ଏପିଆରର ଏକ ବିଭାଗ ପୋଲିସ ଫୋର୍ସ କରାଯାଇଛି  ।