ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଘୁଚାପ ଜନିତ ବର୍ଷା ହେବାରୁ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡ ଝାଡଖଣ୍ଡ ଓ ପଶ୍ଚିମବଂଗରେ ପ୍ରବଳ ବର୍ଷା ହେବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖା ଦେଇଛି । ଆଜି ଦିନ ତମାମ ନଦୀର ରାଜଘାଟ ରେଳଗେଜ୍ଠାରେ ଜଳପତ୍ତନ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଫଳରେ ତଳିଆ ଅଂଚଳର ବିଭିନ୍ନ ସମତଳ ଅଂଚଳକୁ ବନ୍ୟାପାଣି ପ୍ରବେଶ କରୁଥିବାର ଜଣାଯାଇଛି । ଜୁଲାଇ ମାସ ଶେଷ ଦୁଇ ଦିନରେ ଝାଡଖଣ୍ଡର ମୁରି ଠାରେ ୩୬.୬ ମିମି, ଆଦିତ୍ୟପୁରରେ ୩୪.୨ ମିମି. ଜାମସେଦପୁରରେ ୯୭.୪, କରକାଇରେ ୨୦.୮ ମିମି, ଚାନ୍ଦିଲିରେ ୬୦ ମିମି, ଘାଟଶିଳାରେ ୪୨ ମିମି, ଫେକଘାଟରେ ୩୬.୨ ମିମ, ଜାମଶୁଳାଘାଟରେ ୬୪.୬ ମିମି, ପଶ୍ଚିମବଂଗର ଗୋପିବଲ୍ଲଭପୁରାରେ ୯୭.୪ ମିମି ଓ ଓଡିଶାର ରାଜଘାଟଠାରେ ୪୩.୬ ମିମି ବର୍ଷା ହୋଇଥିବାର କେନ୍ଦ୍ର ଜଳ କମିଶନର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ମୋଟ ୪୯୩.୮ ମିମି ବର୍ଷା ହୋଇଥିବାରୁ ଗତ ରବିବାର ରାତିରେ ସୁବର୍ଣ୍ଣରେଖା ନଦିରେ ଜଳସ୍ତର ପ୍ରଗତିରେ ବୃଦ୍ଧି ପାଇଥିଲା । ଆଜି ସକାଳ ୬ଟାରେ ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଉର୍ଦ୍ଧ୍ୱରେ ପାଣି ପ୍ରବାହିତ ହୋଇଥିବା ବେଳେ ଦିନ ୩ଟା ସୁଦ୍ଧା ୧୦.୬୦ ମିଟରରେ ବନ୍ୟାପାଣି ସ୍ଥିର ହୋଇଥିଲା । ଅପରାହ୍ନ ୪ଟାରୁ ଏହି ଜଳପତ୍ତନ ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଇଛି । ଗାଲୁଡିହ ବେରେଜରେ ଗତ ରବିବାର ଠାରୁ ୮ଟି ଗେଟ୍ ଖୋଲା ରହିଥିବାରୁ ଏବେ ପ୍ରତି ସେକେଣ୍ଡରେ ୭୯୨୨୨.୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି । ସେହିପରି ଚାନ୍ଦିଲି ଡେମ୍ଠାରେ ୩ଟି ଗେଟ୍ ଖୋଲା ରହୁଥିବାରୁ ପ୍ରତି ସେକେଣ୍ଡରେ ୮୧୨୪ କ୍ୟୁସେକ୍ ପ୍ରବାହିତ ହେଉଥିବାର କେନ୍ଦ୍ର ଜଳ କମିଶନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ନଦୀର ଉପର ମୁଣ୍ଡରେ ୨ଟି ବ୍ୟାରେଜ୍ରୁ ପାଣି ନିଷ୍କାସନ ହେଉଥିବାରୁ ରାଜଘାଟ ଠାରେ ଜଳପତ୍ତନରେ ବିଶେଷ କମିବାର ସମ୍ଭାବନା ନାହିଁ ।ଏବେ ରାଜଘାଟଠାରେ ଜଳପତ୍ତନ ଆସ୍ତୋ ଆସ୍ତେ କମିବା ଆରମ୍ଭ କରିଥିଲେ ମଧ୍ୟ ସୁବର୍ଣ୍ଣରେଖାର ଧୋୟା ଅଂଚଳ ଗ୍ରାମଗୁଡିକରେ ବନ୍ୟାପାଣି ବୃଦ୍ଧିପାଉଥିବା କୁହାଯାଇଛି । ନଦୀବନ୍ଧ ପ୍ରତି ବିପଦ ନ ଥିବାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ସୂଚନା ଦେଇଥିବା ବେଳେ ଖାଳ ଓ ନାଳ ଗୁଡିକ ଦ୍ୱାରା ନଦିର ବନ୍ୟାପାଣି ସମତଳ ଅଂଚଳକୁ ପ୍ରବେଶ କରିଛି । ଫଳରେ ଜଳେଶ୍ୱରର ଖାଲିନା, ଝାଡପିମ୍ପଳ, ବାଇଗଣବାଡିଆ, ପଶ୍ଚିମବାର୍ଡ, ପାଇକସିଦା, ଖୁଲୁଡା, ରାୟାଁରାମଚନ୍ଦ୍ରପୁର ଇଦ୍ୟାଦି ପଂଚାୟତର କେତେକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ଉତ୍ତର ଭୋଗରାଇର ଖରିଦ ପିପଳ, ବାରବାଟିଆ, ନାଚିନ୍ଦା, କୁସୁଡା, ପୁଟିଣା, ଗବଗାଁ, ବାଉଁଶଡିହା, କଚୁଆଡି, ମହାଗବ ପଂଚାୟତର ବିଭିନ୍ନ ଗ୍ରାମରେ ବନ୍ୟାପାଣି ପ୍ରବେଶ କରିଛି । ଗତ ୨୯, ୩୦, ୩୧ ତାରିଖର ବର୍ଷାଯୋଗୁଁ ପଶ୍ଚିମବଂଗର ପଶ୍ଚିମ ମେଦିନୀପୁର ଓ ପୂର୍ବ ମେଦିନୀପୁର ଅଂଚଳରେ ହୋଇଥିବା ଉଦ୍ବୃତ୍ତ ବର୍ଷାପାଣି ଗଡି ଆସି ଜଳେଶ୍ୱର, ଭୋଗରାଇର ବିଭିନ୍ନ ଅଂଚଳର ଜଳମଗ୍ନ କରିଛି । ସମୁତ୍ର ଜୁଆରିଆ ରହୁଥିବାରୁ ସୁବର୍ଣ୍ଣରେଖା ନଦୀର ବନ୍ୟାଛାଡିବାରେ ବିଳମ୍ଭ ଘଟିବ ବୋଲି କୁହାଯାଇଛି । ଜଳେଶ୍ୱର ଅଂଚଳର ତଳିଆଅଂଚଳ ପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଥିବା କୁହାଯାଇଛି ।
ରିପୋର୍ଟ ; ଭୂପତି ପରିଡା