ଲଘୁଚାପ ବର୍ଷାରେ ସମ୍ପୂର୍ଣ ଭୁଶୁଡ଼ିଲା ଝାଡ଼ପିମ୍ଫଳ ଗ୍ରାମର ମନୋରଞ୍ଜନ ବାରିକଙ୍କ ବାସ ଗୃହ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ, ସରକାରୀ ସାହାଯ୍ୟ ପାଇଁ ଦାବୀ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଝାଡ଼ପିମ୍ଫଳ ଗ୍ରାମର ଗତ କାଲି ତା-୧୮/୯ ଦି ପ୍ରହରରେ ଶୋଇଥିବା ସମୟରେ ଗୋଟିଏ ବଡ଼ ଘର ଭାଙ୍ଗି ଯିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଏହି ଝାଡ଼ପିମ୍ଫଳ ଗ୍ରାମରେ ବନ୍ୟାପାଣି ଏବଂ ବର୍ଷାପାଣିରେ ମନୋରଞନ ବାରିକ, ଜ୍ୟୋତ୍ସ୍ନାରାଣି ବାରିକ, ଚିତ୍ତରଞ୍ଜନ ବାରିକ, ସୁବାସିନୀ ବାରିକ, ସାବିତ୍ରୀ ମଣି ବାରିକ, ଶିବ କୁମାର ବାରିକ ଓ ତାଙ୍କର ଦଶ ଜଣ ପରିବାର ସହିତ ମାଟି ଘରେ ରହୁ ଥିଲେ । ହଠାତ୍ ଘର ଭିତରୁ ଏକ ବଡ଼ ଶଦ୍ଦ ଶୁଭିବାରୁ ସଙ୍ଗେ ସଙ୍ଗେ ଘର ଭିତରୁ ସମସ୍ତେ ବାହାରି ଆସି ଦେଖିଲା ବେଳକୁ ଘରର ପଛ ପଟ କାନ୍ଥ ସହ ଛାତ  ଭୂଷୁଡି ପଡିଛି । ଏତେବଡ଼ ବିପଦରୁ ଅଳ୍ପକେ ବଞ୍ଚି ଯାଇଥିଲେ । ଚାହୁଁ ଚାହୁଁ ଘରଟି ସଂପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଥିଲା । ଘରର ସମସ୍ତ ଆସବାପତ୍ର, ଧାନ କରି ସହ ସୁନା ଗହଣା ମାଟି ଭିତରେ ଚାପି ହୋଇ ରହିଯାଇଛି । ଏତେ ବଡ଼ ପରିବାରକୁ ନେଇ କେଉଁଠି ରହିବେ ବୋଲି ଘର ର ମନୋରଞ୍ଜନ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ସମାଜ ସେବୀ ଝାଡେଶ୍ଵର ଜେନା  ଆଶିଷ କୁମାର ଗିରି, ଯଦୁମଣି ନାୟକ, ଭାଙ୍ଗି ଯାଇଥିବା ଘରକୁ ଯାଇ ସେମାନଙ୍କୁ ସାହାଯ୍ୟ କରିବା ସହିତ ଜଳେଶ୍ଵର ତହସିଲଦାର ଶଙ୍କର ପଟ୍ଟନାୟକଙ୍କୁ ଜଣାଇବା ପରେ ରେଭେନ୍ୟୁ ଇନ୍ସପେକ୍ଟର ସନ୍ତୋଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ତାଙ୍କୁ ଏକ ପଲିଥିନ ଓ ଆଗକୁ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ବିପନ୍ନ ପରିବାରକୁ ଏକ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି । 

ରିପୋର୍ଟ : ଭୂପତି ପରିଡା