


ଭୁବନେଶ୍ୱର(ସମୃଦ୍ଧଓଡିଶା)ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗତକାଲି ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ବେଳେ ଆନ୍ଧ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୪ ତାରିଖ ଯାଏଁ ଦକ୍ଷିଣ ଓଡିଶା ଆନ୍ଧ୍ର ଓ ତେଲେଙ୍ଗାନା ରେ ପ୍ରବଳ ବର୍ଷା ଲାଗି ରହିବ କୁହାଯାଉଛି । ସେହିପରି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ବିଜୟୱାଡାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବନ୍ୟାଞ୍ଚଳ ବୁଲି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର