ଭୁବନେଶ୍ୱର(ସମୃଦ୍ଧ ଓଡିଶା) କେତେ କହିବୁ ଲାଜ ସରମ ଟିକିଏ ଥିଲେ ତ ? ଓଡ଼ିଶାରେ ଲାଞ୍ଚ ନେବା ସରକାରୀ କର୍ମଚାରୀଙ୍କ ଏକ ଅଭ୍ୟାସଗତ ଡିଆଁ ରୋଗରେ ପରିଣତ ହୋଇ ଗଲାଣି I ଆଜକୁ ଗତ ଶହେ ଦିନକୁ ସମୀକ୍ଷାକଲେ ଶହେ ଦିନରେ ତିନି ଶହ କର୍ମଚାରୀ ଲାଞ୍ଚନେଇ ଭିଜିଲାନ୍ସ ଦ୍ୱାରା ଧରା ପଡୁଛନ୍ତି I ତା’ମାନେ ବିନା ପଇସାରେ କାମ ହେଉନାହିଁ I ଅନ୍ୟପକ୍ଷରେ ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ବଢ଼ି ଚାଲିଛି I ତା’ମାନେ ଆମ ରାଜ୍ୟରେ ଚାକିରୀ କରୁଥିବା ମ୍ୟାଡମ୍ ମାନେ କୁଆଡେ ବେଶୀ ଲୋଭି ହୋଇ ଲାଞ୍ଚନେଇ ଭିଜିଲାନ୍ସ ଦ୍ୱାରା ଧରା ପଡୁଛନ୍ତି । ଲଜ୍ୟା ମରଣ ଠାରୁ ବଡ଼ ବୋଲି ଶାସ୍ତ୍ରରେ ଥିଲେ ମଧ୍ୟ ଲଜ୍ୟାକୁ ଖାତିର ନ କରି ଲୋଭ ଛାଡୁ ନାହାନ୍ତି I ଟଙ୍କା ହିଁ ସର୍ବସ୍ୱ ଭାବି ଲୋଭରେ ପଡ଼ି ଜେଲ ଯାଉଛନ୍ତିI ଆମ ସରକାରଙ୍କ ମହିଳା ସଶକ୍ତିକରଣ ଯୋଗୁଁ ମ୍ୟାଡମ୍ ମାନେ ନିର୍ଭୟରେ ଲଜ୍ୟା ସରମ ଛାଡି ଖୁଲମଖୁଲା ଲାଞ୍ଚନେଇ ଜେଲ ଯିବା କର୍ତ୍ତବ୍ୟ କରି ନିଜକୁ ସଶକ୍ତିକରଣ କରୁଛନ୍ତି । ଲଜ୍ୟା ନାହିଁ କି ଭୟ ବି ନାହିଁ ହେଲେ ପ୍ରକୃତି ଲାଞ୍ଚନେବାରେ ପରିଣତ ହୋଇ ଗଲାଣି । ଏହି ଦେଖୁନ ପୁଣି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇ ଆଇ ସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ। ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍ଆଇ ନିର୍ମଳ କୁମାର ସେନାପତି।୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ। ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ। ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ । ଏଭଳି ଦୈନଦିନ ଓଡ଼ିଶାରେ ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଇ ଧରାପଡୁଛନ୍ତି ସରକାରୀ କର୍ମଚାରୀ I ଏହା ଅର୍ଥ ବିନା ଲାଞ୍ଚରେ ଲୋକଙ୍କର କିଛି କାମ ହେଉନାହିଁ । ଏମାନଙ୍କ ଲଜ୍ଜ୍ୟା ସରମ କିଛି ନାହିଁ । ପ୍ରକୃତ ଦେଶ ଦ୍ରୋହି ଏମାନେ I