ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଲର୍ଡ ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ସାଇନେର୍ଜି ବିଶ୍ୱବିଦ୍ୟାଳୟ ନିକଟରେ ରହୁଥିବା ଗରିବ, ଅସହାୟ, ଖଟିଖିଆ, ଦିନମଜୁରିଆ ଓ ଶ୍ରମିକ ମାନଙ୍କୁ ଅଟା, ଚୂଡ଼ା, ଚିନି, ଅମୂଳ, ଚାପତି ବଣ୍ଟନ କରାଯାଇ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ସଙ୍ଗଠନର ନିର୍ଦେଶକ ଭାରତ ଭୂଷଣ ବେହେରା ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭ୍ୟ ଓ ସଭ୍ୟା ଶ୍ରୀମତୀ ସୁଭଶ୍ରୀ ବେହେରା, ସୌମ୍ୟରଞ୍ଜନ ଭୂୟାଁ ଓ କିଶୋରଜିତ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନ ମାନଙ୍କରେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ, ଗଦିଆଁ ବ୍ଲକ ଓ କାମାକ୍ଷାନଗର ବ୍ଲକରେ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ଓ ସାବୁନ, ମାକ୍ସ, ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଙ୍ଗଠନର ନିର୍ଦ୍ଦେଶକ ଭାରତ ଭୂଷଣ ବେହେରା ସୂଚନା ଦେବା ସହ ପ୍ରତ୍ୟେକ ଦିନ ସଂଗଠନ ତରଫରୁ ରାସ୍ତାରେ ବୁଲୁଥିବା ଗୋରୁ ଗାଇ ଓ କୁକୁରମାନଙ୍କୁ ଖାଦ୍ୟ ଦିଆଯାଉଅଛି ବୋଲି କହିଛନ୍ତି ।
ରିପୋର୍ଟ : ଶୁଭମ ପାଣି