


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରାର ସପ୍ତମ ଦିବସ ଅବସରରେ ମା’ ତାରା ଦେବୀଙ୍କ ୧୧ଟି ସାହିରେ ଘଟ ପରିକ୍ରମା କରାଯାଇଛି । ଏହି ଅବସରରେ ମା’ଙ୍କ ଦର୍ଶନ ଓ ସନ୍ଧ୍ୟା ୧୦୮ ଆଳତୀ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମା’ ତାରାଦେବୀଙ୍କ ଅସ୍ଥାୟୀ ମଣ୍ଡପରେ ସକାଳେ ଚଣ୍ଡିପାଠ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ସନ୍ଧ୍ୟାରେ ଆଳତୀ ହୋଇଥିଲା । ପରେ ମା’ଙ୍କ ତୃତୀୟ ଦିବସ ଘଟ ପରିକ୍ରମାରେ ଅସ୍ଥାୟୀ ମଣ୍ଡପରୁ ବାହାରି ରଘୁନାଥ ମଠ ସାହି ଦେଇ ରାଜା ଘରକୁ ଯାଇ ସେଠାରେ ରମ୍ପରିକ ପୂଜାର୍ଚ୍ଚନା ପରେ ପୂର୍ବଆଡ଼ୁଆସାହି, ଦକ୍ଷିଣ ରେଡିକାସାହି ଦେଇ ଜଗନ୍ନାଥମନ୍ଦିର ଅତିକ୍ରମ କରି ଲାଞ୍ଜିପଲ୍ଲୀ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ପ୍ରତ୍ୟାବର୍ତ୍ତନ ହୋଇ ଉତ୍ତରରେଡିକାସାହି, ଦଣ୍ଡାସୀସାହି ଦେଇ ହାଇସ୍କୁଲ୍ ଛକ ଦେଇ ବାପୁଜୀନଗର, ତଳଦଣ୍ଡାସାହିରେ ପରିକ୍ରମା ପରେ ପୁଣି ପୂର୍ବଆଡ଼ୁଆସାହି ଓ ବ୍ରାହ୍ମଣସାହି ଦେଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ମା’ଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହାରି ରଜାଘର ପୂଜାର୍ଚ୍ଚନା ପରେ ବାଳିକା ଉଚ୍ଚ ବିଦ୍ୟାଳୟ, ଖଳାସାହି, ବାପୁଜୀନଗର ରୋଡ଼ ଦେଇ ମହାଲକ୍ଷ୍ମୀନଗର ୧, ୨ ଓ ୩ୟ ଲାଇନ୍ରେ ପରିକ୍ରମା ପରେ ନ୍ୟାସନାଲ୍ ହାଇେୱ ଛକ ଠାରୁ ପ୍ରତ୍ୟାବର୍ତ୍ତନ ହୋଇ କେଶବନଗର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲାଇନ ସହ ରାଜିକା ଗୃହ ପ୍ରଥମ ଲାଇନ ହୋଇ ବାପୁଜୀନଗର ରୋଡ଼ ଅତିକ୍ରମ କରି ଖଳାସାହି, ବ୍ରାହ୍ମଣସାହି ଦେଇ ଅସ୍ଥାୟୀ ମଣ୍ଡପକୁ ଫେରିବେ ବୋଲି ସୂଚନା ମିଳିଛି । ଏହା ଛଡ଼ା ଯାତ୍ରାକୁ ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ପାଇଁ ବିଭିନ୍ନ ସାହିରେ ଆଲୋକସଜ୍ଜା, କଳାକୁଞ୍ଜ ଓ ରଥ ଆଦି ସ୍ଥାପନ ପାଇଁ ବିଭିନ୍ନ ସାହିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିପରି ଜନସାଧାଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରା କମିଟି ତଥା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଅତିଶୀଘ୍ର ମୀନାବଜାର ଖୋଳାଯିବାକୁ ପ୍ରସ୍ତୁତି ଜୋର୍ଦାର୍ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







