



ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅଧିନସ୍ତ ଲାଠି ପଞ୍ଚାୟତର ଲାଠି ଗ୍ରାମର ନେଳିଆ ବନ୍ଧ ଛକ ଠାରୁ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଲବ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ପଦଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ସେଠାରୁ ପଦଯାତ୍ରାରେ ଯାଇ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ଲୋକମାନଙ୍କୁ ଅଵଗତ କରାଇଥିଲେ। ଏହି ପଦଯାତ୍ରାରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ, ଛାତ୍ର ଜନତା ଦଳ , ମହିଳା ଜନତା ଦଳ, ଯୁବ ଜନତା ଦଳ ଏବଂ ବିଜୁ ପ୍ରେମୀ ମାନେ ଯୋଗଦେଇ ପଦଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।


ରିପୋର୍ଟ : ନିମାଇଁ ଚରଣ ପଣ୍ଡା