

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲଜପତ ରାୟଙ୍କ ୯୩ତମ ବଳିଦାନ ଦିବସ ବ୍ରହ୍ମପୁର ଲୋକସେବକ ମଣ୍ଡଳ ଶାଖା ପକ୍ଷରୁ ପାଳନ କରାଯାଇଛି । ରୋଟାରୀ କ୍ଲବ (ଇଷ୍ଟ) ଓ ଲୋକସେବକ ମଣ୍ଡଳ ବ୍ରହ୍ମପୁର ଶାଖା ପକ୍ଷରୁ ବ୍ରହ୍ମପୁର ଧର୍ମନଗରରେ ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ୱର ବଳିରାମ ବନ୍ଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସହରର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଓ ସ୍ଵେଚ୍ଛାସେବୀ ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତଦାନ କରିବାକୁ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା ନିବେଦନ କରିଥିଲେ । ଏଥିରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରି ରକ୍ତଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା