

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲାୟନ୍ସ କ୍ଳବ ପକ୍ଷରୁ ସ୍ଥାନୀୟ କୁଇନ ଅଫ ଦି ମିଶନ ହାଇସ୍କୁଲ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରିଷ୍ଠ ଡାକ୍ତର ନକୁଳ ସାହୁ ଓ ଡାକ୍ତର ଆର. କେ. ସାହୁ ଅଂଶ ଗ୍ରହଣ କରି ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ସଭାପତି ଶ୍ୟାମ ପ୍ରସାଦ ପାଢ଼ୀ, ଡ଼ଃ. ବ୍ରଜ ମୋହନ ସାସମଲ, ଡ଼ଃ ରବିନାରାୟଣ ମିଶ୍ର, ଲାୟନ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ ଅମର କୁମାର ପାତ୍ର, ସମ୍ପାଦକ ଦିଲ୍ଲୀ ରେଡ୍ଡୀ ଯୋଗ ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଓ ଖେଳ ଶିକ୍ଷକ ସହଯୋଗ କରିଥିଲେ । ଶିକ୍ଷକ ମାନଙ୍କ ଦାନ୍ତ, ଚକ୍ଷୁ, ବ୍ଲଡ଼ ପ୍ରେସର ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଶେଷରେ ନାରସୁ ଜେନା ଧନ୍ୟବାଦ ଅର୍ପଣ କରି ଶିବିରକୁ ସମସ୍ତ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


