

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲିଗାଲ ଏଡ କାଉନସିଲ୍ ପକ୍ଷରୁ ମଧୁ ବାରିଷ୍ଟର ଜୟନ୍ତୀ ପାଳନ ହୋଇଯାଇଛି । ଲିଗାଲ ଏଡ଼ କାଉନସିଲର ସମ୍ପାଦକ ଆଡଭୋକେଟ୍ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବରେ ଜୟନ୍ତୀ ପାଳନ ହୋଇଯାଇଛି । ଏହି ପାଳନ କାର୍ଯ୍ୟକ୍ରମରେ ଆଇନଜୀବୀ ଅମିତାଭ ମହାପାତ୍ର, ସରୋଜ କୁମାର ପଟେଲ, କମିନିକାନ୍ତ୍ ମହାନ୍ତି, ଗଗନ ବାରିକ୍, ସଂଗ୍ରାମ କୁମାର ଦାସ୍, ଶାଶ୍ଵତଶ୍ରୀ ପଟ୍ଟନାୟକ, ପ୍ରକାଶ କୁମାର ଜେଠି ଆଇନଜୀବୀ ସମୀର ଦାସ ପ୍ରମୁଖ ଯୋଗଦେଇ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ମଧୁବାବୁଙ୍କ ଫଟୋରେ ମାଲ୍ୟାର୍ପଣ କରି ସୃତି ଚାରଣ କରିଥିଲେ । ଏହି ଉତ୍ସବକୁ ଆଇନଜୀବୀ ସୁନିଲ ପ୍ରଧାନ ଆୟୋଜନ ଓ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା