ଲେଡି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା …

ରାଉରକେଲା(ସମୃଦ୍ଧଓଡିଶା)ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ଅନୁଷ୍ଠାନ ଲେଖି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା ସେକ୍ଟର ୬ସ୍ଥିତ ସରୋବର ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବନ୍ଦିତା ମହନ୍ତ ଙ୍କ ସଭାପତିତ୍ବ ଓ ପ୍ରିୟା ଯାଦବଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରୀଆନ ଜିତେନ୍ଦ୍ର ପ୍ରସାଦ, କବି କୁଞ୍ଜବିହାରୀ ରାଉତ, ଅମ୍ରିତା ନୀଲମ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ମହିଳା ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଓ ସଶକ୍ତିକରଣ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ। ଏହି ଅବସରରେ ପ୍ରତିଯୋଗୀ ଙ୍କ ମଧ୍ୟରେ ନୃତ୍ୟ ଓ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୃତ୍ୟରେ ସାନିୟା ସାହୁ ପ୍ରଥମ ସ୍ୱାଗତିକା ସାହୁ ଦ୍ବିତୀୟ, ମଡେଲିଂ ପ୍ରତିଯୋଗିତା ରେ ଶୁଭଶ୍ରୀ ସେଠୀ ପ୍ରଥମ ଓ ଖୁସବୁ ମଣ୍ଡଳ ଦ୍ବିତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଅନୁଷ୍ଠାନର ବିଷ୍ଣୁପ୍ରିୟା ଦାଶ ସଂଗୀତ ପରିବେଷଣ କରିଥିବା ବେଳେ ପ୍ରତିଯୋଗିତାର ବିଚାରକ ଭାବେ ଗୋବିନ୍ଦ ଲାଖୁଆ ଓ ଲୀନା ବିଶ୍ବାଳ ଦାୟିତ୍ଵ ତୁଲାଇଥିଲେ। ସଭାପତି ଶ୍ରୀମତୀ ମହନ୍ତ ସ୍ବାଗତ ଭାଷଣ, ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ କାମିନୀ ମହନ୍ତ,ନିତାଞ୍ଜଳି ପରିଡ଼ା, ବସୁମତୀ ମହାନ୍ତି,ଗ୍ରେସି ଡାଭିଡ୍, ଧନମାୟା ବିଷ୍ଟ, ସୁଷମା ପ୍ରସାଦ, ଅନୁପମା ଦାସ,ସାରିକା ମହନ୍ତ,ରଶ୍ମିବାଳା, ପୁଷ୍ପାଞ୍ଜଳି ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର