ଲୋକ ଜଣେ, କିନ୍ତୁ ଏକାଧିକ ଜାତି ପ୍ରମାଣ ପତ୍ରରେ ସରକାରୀ ଜମି ହଡପ-ଉତ୍ତରାଧିକାରୀ ନ ଥିବା ବ୍ୟକ୍ତିର ସମ୍ପତ୍ତିର ଚଞ୍ଚକତା : ଅଭିଯୋଗ ଆଣିଲେ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲୋକ ଜଣେ କିନ୍ତୁ ଏକାଧିକ ଜାତିର ପ୍ରମାଣ ପତ୍ରରେ ସରକାରୀ ଜମିକୁ ହଡପ କରିଥିବାର ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ଜଳେଶ୍ୱର ଥାନା ଅନ୍ତର୍ଗତ ଉପାନ୍ତ ଲକ୍ଷ୍ମଣନାଥ ଗ୍ରାମବାସୀ । ପୁଣି ସେହି ବ୍ୟକ୍ତି ଜଣେ ରାଜସ୍ୱ ବିଭାଗର ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂପୃକ୍ତିରେ ଉତ୍ତରାଧିକାରୀ ନ ଥିବା ଜଣେ ବ୍ୟକ୍ତିର ସମ୍ପତ୍ତିକୁ ମଧ୍ୟ ହଡପ କରିଥିବା ଗ୍ରାମବାସୀମାନେ ସାମ୍ବାଦିକ ମାନଙ୍କ ନିକଟରେ ଅଭିଯୋଗ କରିବା ସହିତ କୋର୍ଟର ଆଶ୍ରୟ ନେଇଥିବାର ପ୍ରମାଣ ଦର୍ଶଇଛନ୍ତି । ଘଟଣାରୁ ପ୍ରକାଶ ଜଳେଶ୍ୱର ତହସିଲର ଜଣେ କର୍ମଚାରୀଙ୍କୁ ହାତ କରି ଲକ୍ଷ୍ମଣନାଥ ଗାଁର କାହ୍ନୁ ଚାରଣ ଦାସ ବିଭିନ୍ନ ସମୟରେ ବୈଷ୍ଣବ, କଣ୍ଡରା, କୁଦୁମା ଇତ୍ୟାଦି ଜାତିର ପ୍ରମାଣ ପତ୍ର ଦର୍ଶାଇ ଏବଂ ଦୁଇ ହରିଜନ ଜାତି ପ୍ରମାଣପତ୍ରରେ ନିଜେ ଓ ସ୍ତ୍ରୀଙ୍କ ନାମରେ ୪ ଡିସିମିଲ ଲେଖାଏଁ ଜାଗା ହାତେଇ ପାରିଛନ୍ତି । ଲକ୍ଷ୍ମଣନାଥ ଓ ବିରିଶପୁର ଗ୍ରାମର ସରକାରୀ ଜମି ତତ୍କାଳୀନ ତହସିଲଦାରଙ୍କ ଦ୍ୱାରା ସେ ପାଇଥିବାର ପ୍ରମାଣପତ୍ର ଗ୍ରାମବାସୀ ଦର୍ଶାଇଛନ୍ତି । ଏସବୁ ସରକାରୀ ଜମିର ତଦନ୍ତପାଇଁ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାର, ଉପଜିଲାପାଳ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥିବା କହିଛନ୍ତି । ଲକ୍ଷ୍ମଣନାଥ ଗାଁର ଅସୀମ କୁମାର ଚାଟାର୍ଜୀଙ୍କ ଉତ୍ତରାଧିକାରୀ କେହି ନଥିବା ବେଳେ କାହ୍ନୁ ଚରଣ ଦାସ ଓ ଜଳେଶ୍ୱର ତହସିଲର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ରଘୁନାଥ ଭୂୟାଁଙ୍କ ସହିତ ଅନ୍ୟ ୩ଜଣ ତାଙ୍କର ମୋଟ ୪୭ଡିସିମିଲ ସମ୍ପତ୍ତିକୁ କିଣିଥିବା ଦଲିଲ ହୋଇଛି । ଏହି ଘଟଣାରେ ଗାଁର ଦିଲ୍ଲିପ କୁମାର ମହାନ୍ତି, ପ୍ରଦିପ୍ତ ସାହୁ, ସରୋଜ ମହାନ୍ତି, ଧିରେନ୍ଦ୍ର ସିଂ, ଧ୍ରୁବଚରଣ ବେହେରା, ହିମାଂଶୁ ସେଠୀ, ପ୍ରଦିପ କୁମାର ଦାସ, ମନୋରଂଜନ ବେରା, ଶିବପ୍ରସାଦ ଜେନା, ସୁଧିର ଓଝା, ଶୁଭଙ୍କର ସାହୁ , ବିଶ୍ୱଜିତ୍ ବେରା, ବିମଳ ରାୟ, ଝଡେଶ୍ୱର ମହାନ୍ତି, ପ୍ରଶାନ୍ତ ଦାସ, ପ୍ରକାଶ ଦାସ, ରମାକାନ୍ତ ଦାସ, ଅନନ୍ତ ବେହେରା, ଛେନିଆ ମୁର୍ମୁ, ଉମାକାନ୍ତ ସାହୁ, ରତନ ଦାସ, ଦୁର୍ଗା ମୁର୍ମୁ, ବେଣୁଧର ରାଉଳ, ଶ୍ରୀକଣ୍ଠ ଭୂୟାଁ, ମିତୁ ମୁର୍ମୁ, ରେଣୁକା ଦାସ, ବ୍ରଜେନ୍ଦ୍ର ଭୁୟାଁ, ଖଟ ମୁର୍ମୁ, ସାବିତ୍ରୀ ଦାସ, ଆରତୀ ଦାସ, ରେଖଶରାଣୀ ଦାସ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଛନ୍ତି । ମୋଟ ୪୭ ଡିସିମିଲ ଜାଗାକୁ ହଡପ କରି ଅମରେଶ ବୋଷଙ୍କ ଠାରୁ ଉପରୋକ୍ତ ଅଭିଯୁକ୍ତମାନେ କିଣିଥିବାର ଏକ ବେଆଇନ୍ ଦଲିଲ ଦର୍ଶାଇଛନ୍ତି । ଅଭିଯୁକ୍ତ ମାନେ ସେଠାରେ ଗୃହ ନିର୍ମାଣ କରୁଥିବାରୁ ଏବଂ ଉକ୍ତ ସ୍ଥାନ ଜଳେଶ୍ୱର ସିଭିଲ କୋର୍ଟରେ ବିଚାରାଧିନ ଓ ରହିତାଦେଶ ଥିବା ସତ୍ୱେ ଗତ ୨ ଦିନ ତଳେ କାହ୍ନୁ ଚରଣ ଦାସ ଓ ରଘୁନାଥ ଭୂୟାଁଙ୍କ ପକ୍ଷରୁ ପୁନର୍ବାର ଗୃହ ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ମାମଲାର ଫଇସାଲା ନ ହେବା ପର୍ଯ୍ୟନ୍ତ ସେଠାରେ ଗୃହନିର୍ମାଣ ନ କରିବା ଏବଂ ଅନ୍ୟ ସରକାରୀ ଜମିକୁ ବେଆଇନ୍ ଭାବେ ହସ୍ତାନ୍ତର ନ କରିବା ଲାଗି ଗ୍ରାମବାସୀମାନେ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ଏ ସଂପର୍କରେ ଅଭିଯୁକ୍ତ କାହ୍ନୁଚରଣ ଦାସଙ୍କୁ ପଚାରିବାରୁ ଜମିର ମାଲିକ ଅସୀମ ଚାଟାର୍ଜୀଙ୍କର ଉତ୍ତରାଧିକାରୀ କେହି ନ ଥିବାରୁ ତାଙ୍କ ଭଣଜାଙ୍କ ଠାରୁ ଜମି କିଣିଥିବା ସେ କହିଥିଲେ । ଉଭୟ ଗ୍ରାମବାସୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଛକାପଂଝା ଲାଗି ରହିଛି । ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ ନ କଲେ କେତେବେଳେ ଯେ ବିସ୍ଫରକ ପରିସ୍ଥିତି ସୃଷ୍ଟି ନ ହେବ ତାହା କହିବା ମୁସ୍କିଲ । ତେଣୁ ଯଥାଶୀଘ୍ର ଏହାର ସମାଧାନ କରିବାଲାଗି ସ୍ଥାନୀୟ ବୁଦ୍ଧିଜିବୀ ମାନେ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା