ଲୋକଙ୍କ ପାଇଁ ଉତ୍ତରଦାୟୀ ନେତୃତ୍ୱ ସାମଗ୍ରିକ ବିକାଶ ହେତୁ ନିତ୍ୟାନ୍ତ ଜରୁରୀ : ଜୟପ୍ରକାଶ ନାରାୟଣଙ୍କ ୪୫ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ବର୍ଷର ସ୍ୱାଧୀନତା ପରବର୍ତୀ ସମୟରେ ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କ ସ୍ୱତନ୍ତ୍ର ଲଢେଇ ର ପ୍ରମୁଖ ନାୟକ ତଥା ସମ୍ପୂର୍ଣ କ୍ରାନ୍ତି ଆନ୍ଦୋଳନର ସ୍ରଷ୍ଟା ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ୪୫ତମ ଶ୍ରାଦ୍ଧ ବାର୍ଷିକୀ ଆଜି ଲୋହିୟା ଏକାଡେମୀରେ ପାଳିତ ହୋଇଯାଇଛି l ଲୋକନାୟକ ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ଜୟପ୍ରକାଶ ଫାଉଣ୍ଡେସନ, ମନମୋହନ ଚୌଧୁରୀ ସ୍ମାରକ ଟ୍ରଷ୍ଟ, ଲୋହିୟା ଏକାଡେମୀ ଓ ଯୁସୁଫ ମେହେର ଅଲ୍ଲୀ ସେଣ୍ଟର ଦ୍ୱାରା ଆୟୋଜିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶ୍ରାଦ୍ଧ ବାର୍ଷିକୀ ସଭାରେ “ସମ୍ବିଧାନ ଓ ଲୋକନାୟକ ଜୟପ୍ରକାଶ “ସନ୍ଦର୍ଭ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ,ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ ପଟନାୟକ, ଲୋକ ଜନଶକ୍ତିର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ,ବିଶିଷ୍ଟ ସମାଜବାଦୀ ନେତା କୃଷ୍ଣ ଚନ୍ଦ୍ର ପାତ୍ର … ଗାନ୍ଧୀବାଦୀ ଡ଼ଃ ବିଶ୍ୱଜିତ., ଲକ୍ଷ୍ମୀପ୍ରିୟା ମହାନ୍ତି, ମନୋଜ ଜେନା, ଦେବ ପ୍ରସାଦ ରାୟ, ,ପ୍ରସନ୍ନ ବିଷୋୟୀ,ଅଶୋକ ଜେନା, ପ୍ରଭାତ ସାମନ୍ତରାୟ ଅରୁଣ ଜେନା, ମିହିର ପ୍ରତାପ ଦlଶ,.ଶକ୍ତି ରଞ୍ଜନ ରାଉତରାୟ, ରାଜକିଶୋର ସାହୁ, ଶୁଭେନ୍ଦୁ ରାଉତରାୟ …. ଆଦି ଅତିଥି ଭାବେ ଯୋଗ ଦେଇ ଜୟ ପ୍ରକାଶଙ୍କ ସ୍ମୃତି ଚlରଣ ସହିତ ଭାରତ ବର୍ଷର ସମାଜ ବାଦ, ସାମଗ୍ରିକ ବିକାଶ ଓ ସାଧାରଣ ଲୋକ ମାନଙ୍କ ବିକାଶ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ଜୀବନରେ କୌଣସି ପଦପଦବୀ ରେ ନରହି ସେ ନିସ୍ଵାର୍ଥପରତାର ଏକ ମୂର୍ତ୍ତିମନ୍ତ ଆଦର୍ଶ ବୋଲ ବକ୍ତା ମନେ ମତବ୍ୟକ୍ତ କରିଥିଲେ l ଜୀବନରେ କୌଣସି ନିର୍ବାଚନ ନଲଢି କି ବିଧାୟକ, ସାଂସଦ କିଛି ନହୋଇ ସେ ଭାରତ ବର୍ଷର ଲୋକନାୟକ ହୋଇ ପାରିଛନ୍ତି l ତେଣୁ ଆଗାମୀ ପିଢ଼ି ତଥା ଛାତ୍ର ସମାଜକୁ ପ୍ରେରଣା ଓ ଉତ୍ସାହିତ ତଥା ଜୟପ୍ରକାଶଙ୍କ ନୀତି ଆଦର୍ଶ ସମ୍ପର୍କରେ ଉଦବୁଧ କରିପାରିଲେ ହିଁ ଜୟ ପ୍ରକାଶ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ବକ୍ତା ମାନେ କହିଥିଲେ l

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *