


ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଖାରବେଳ ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନର୍ଜି ଏଫିସିଏନ୍ସି ସର୍ଭିସର (EESL) ବରିଷ୍ଠ ଅଧିକାରୀ ଶକ୍ତି ସଂରକ୍ଷଣ ପାଇଁ ଆଗାମୀ ପଦକ୍ଷେପ ବାବଦରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଓଡ଼ିଶା ସରକାରଙ୍କ ସହ ସହଭାଗିତାରେ କାର୍ଯ୍ୟ କରି ଉପଭୋକ୍ତାଙ୍କୁ କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଉପକରଣ ସୁଲଭ ମୂଲ୍ୟରେ ଯୋଗାଇଦେବା ବିଷୟରେ ଆଲୋଚନା କରାଯାଇଥିଲା । ଉର୍ଜାବୀର (Urjaveer), GovEasEE ଭଳି ଯୋଜନା ଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଏନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସରକାରୀ ଅଫିସ ଗୁଡିକରେ ବହୁବର୍ଷ ଧରି ଚାଲି ଆସୁଥିବା ପୁରୁଣା ଫ୍ୟାନ ଗୁଡ଼ିକୁ ବଦଳାଇ ଶକ୍ତି ସଂରକ୍ଷଣ କରୁଥିବା ଫ୍ୟାନ ଓ ବୈଦୁତିକ ଉପକରଣ ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଯୋଜନା ଗୁଡ଼ିକୁ ଭଲଭାବେ ତର୍ଜମା କରି ଆଗାମୀ ପଦକ୍ଷେପ ନେବା ଓ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ୟାରୀମୋହନ ମିଶ୍ର ଏବଂ ଇଇଏସଏଲ ର ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ ।
ରିପୋର୍ଟ : ସୁଶ୍ରୀ ସଙ୍ଗୀତା ମହାରଣା, ଲୋକସମ୍ପର୍କ ଅଧିକାରୀ
