ଢେଙ୍କାନାଳ (ସମୃଦ୍ଧ ଓଡିଶା) ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶକ୍ତିସଂରକ୍ଷଣ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକସ୍ତରକୁ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଶଶୀକାନ୍ତ ଭୁତିଆ, ଗେଙ୍ଗୁଟିଆ ପଞ୍ଚାୟତ ହାଇସ୍କୁଲ ବସୁଦେଇ ପ୍ରଥମ, ଅର୍ଣ୍ଣବ ସାହୁ ମଣ୍ଟ ଫୋର୍ଟ ସ୍କୁଲ ଦ୍ଵିତୀୟ, ଆଶୁତୋଷ ବେହେରା, କେନ୍ଦୁପଡା ସରକାରୀ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିପାଇଁ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ ଅଧ୍ୟକ୍ଷତା କରି ବର୍ତ୍ତନାମାର ସମାଜରେ ଶକ୍ତି ସଂରକ୍ଷଣ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି