![WhatsApp-Image-2024-05-03-at-05.12.02-1](https://i0.wp.com/www.samrudhaodisha.com/wp-content/uploads/2024/05/WhatsApp-Image-2024-05-03-at-05.12.02-1.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/05/WhatsApp-Image-2024-05-03-at-05.12.02.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/05/WhatsApp-Image-2024-05-03-at-05.12.01.jpeg?resize=640%2C288&ssl=1)
ଭୁବନେଶ୍ଵର(ସମୃଦ୍ଧଓଡିଶା)୩/୫: ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଜଣାଶୁଣା ନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ଶ୍ରଦ୍ଧାଞ୍ଜଳୀ ରାୟଙ୍କ ସମେତ ତାଙ୍କ ଶତାଧିକ ସମର୍ଥକ ଭାରତୀୟ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଗୁରୁବାର ଦିନ ଭାରତୀୟ ଜନତା ଦଳର ରାଜ୍ଯ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ଯରେ ଶିଳ୍ପପତି ରଞ୍ଜିତାଭ ମହାନ୍ତି, ଇଂ. ପ୍ରିୟବ୍ରତ ବିଶ୍ବାଳ, ସମାଜସେବୀ ଲଳିତ ମଞ୍ଜରୀ ବେହେରା, ବେବିରାଣୀ ଦାସ, ନାରୀନେତ୍ରୀ ଦୀପ୍ତି ମୟୀ ଦାସ, ରିତା ରାଣୀ ମିଶ୍ର, ଅନୁପମା ପଣ୍ଡା, ଗୌତମୀ ଦାସ, ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ନେତୃବୃନ୍ଦ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ଦଳର ପ୍ରାଥମିକ ସଦସ୍ଯତା ଗ୍ରହଣ କରିଥିଲେ। ଗୁରୁବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାରତୀୟ ଜନତା ଦଳର ରାଜ୍ଯ ସଭାପତି ମନ ମୋହନ ସାମଲ, ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ, ରାଜ୍ଯ ମିଡ଼ିଆ ସେଲର ମୁଖ୍ଯ ପ୍ରବକ୍ତା ସଜ୍ଜନ ସର୍ମାଙ୍କ ସମେତ ବହୁ ଦଳିୟ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଶ୍ରୀମତୀ ରାୟ ଭାରତୀୟ ଜନତା ଦଳରେ ସାମିଲ ହେବା ପୁର୍ବରୁ ବିଜୁ ଜନତା ଦଳର ପ୍ରମୁଖ ଏବଂ ଆଗ ଧାଡିର ନେତ୍ରୀ ଏପରିକି ବିଜୁ ମହିଳା ଜନତା ଦଳର ରାଜ୍ଯ ଉପ ସଭାନେତ୍ରୀ ଥିଲେ।
ରିପୋର୍ଟ : ରଜତ ମହାପାତ୍ର
![](https://i0.wp.com/www.samrudhaodisha.com/wp-content/uploads/2024/05/WhatsApp-Image-2024-04-29-at-06.26.28-1-3.jpeg?resize=520%2C657&ssl=1)