ଶରତ ଚନ୍ଦ୍ରଙ୍କର ୭୯ତମ ଜନ୍ମବାର୍ଷିକ ପାଳିତ ଓ ଅଭିନନ୍ଦନିକା ଉନ୍ମୋଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଟ ଶିକ୍ଷାବିତ୍ ତଥା ଏକାଧାରରେ ଶିକ୍ଷକ, ଲେଖକ, ସମାଜସେବୀ ଓ ସଂଗଠକ ଭାବେ ପରିଚିତ ଶରତ ଚନ୍ଦ୍ର ପ୍ରଧାନଙ୍କ ୭୯ତମ ଜୟନ୍ତୀ ପାଳନ ଅବସରରେ ଅଭିନନ୍ଦନିକା ପୁସ୍ତକ ଉନ୍ମୋଚିତ ହୋଇ ଯାଇଛି । ଛମୌଜ ସ୍ଥିତ ଶ୍ରୀଜଗନ୍ନାଥଙ୍କ ପାବନକ୍ଷେତ୍ର ମନ୍ଦିର ପରିସରରେ ଆୟୋଜିତ ସଭାରେ ଶାଳିକୋଠା ସ୍ଥିତ ଗ୍ରାମାଞ୍ଚଚଳ ବରିଷ୍ଠ ନାଗରିକ ପରିଷଦର ଉପସଭାପତି ଦେବୀ କୁମାର ପଣ୍ଡା ଏଥିରେ ପୌରହିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ଶରତ ଚନ୍ଦ୍ର ପ୍ରଧାନଙ୍କ କର୍ମଦକ୍ଷତା, ସମାଜସେବା ଓ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍ ଭାବେ କିପରି କାର୍ଯ୍ୟ କରିଛନ୍ତି ତାହା ଆଲୋଚନା କରାଯାଇଥିଲା । ମୁଖ୍ୟବକ୍ତା ଭାବେ ବାର୍ର ସଭାପତି ତଥା କଥାକାର ଚିନ୍ମୟ କୁମାର ଦାସ ଯୋଗ ଦେଇ ଲେଖା ଓ ଲେଖନୀର ମୃତ୍ୟୁ ଅସମ୍ଭବ । ଜୀବନକୁ ଶିକ୍ଷା କ୍ଷେତ୍ରରେ ନିୟୋଜିତ କରିଥିବା ଶରତ ବାବୁଙ୍କର କାଳଜୟୀ ‘ସତତ ଶାନ୍ତ ଶରତ ଚନ୍ଦ୍ର’ ପୁସ୍ତକ ସାମ୍ପ୍ରତିକ ସଭାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସୂବର୍ଣ୍ଣଶ୍ରୀ ପ୍ରକାଶନର ମୁଖ୍ୟ କାଳୀପଦ ପଣ୍ଡା ଓ ସମ୍ମାନୀତ ବକ୍ତାଭାବେ ଆର୍ଯ୍ୟବ୍ରତ ଦାସ ଯୋଗ ଦେଇ ଶ୍ରଷ୍ଠା ଓ ସୃଷ୍ଟି ନିବିଡ ସଂପର୍କ ଥିବାରୁ ସେମାନେ ଚିର ସୁବଜ ବୋଲି କହିଥିଲେ । ଗ୍ରାମାଞ୍ଚଳ ବରିଷ୍ଠ ନୀଗରିକ ପରିଷଦର ସଂପାଦକ ସୁଧାଂଶୁ ସେଦଖର ପ୍ରଧାନ ବିବରଣୀ ପାଠ କରି ଉକ୍ତ ପରିଷଦ ନିରବଚ୍ଛିନ୍ନ ଭାବେ କିପରି ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମାଜରେ ପ୍ରତିଷ୍ଠିତ କରିପାରିଛି ତାହା ବର୍ଣ୍ଣନା କରିଥିଲେ । ଛାତ୍ର ପ୍ରମୋଦ ପଣ୍ଡା ଓ ସହଯୋଗୀଙ୍କ ଭଜନ, ପ୍ରାରମ୍ଭିକ ସଂଗୀତ ସମସ୍ତଙ୍କୁ ମୁଗ୍ଧ କରିଥିବା ବେଳେ ଶରତବାବୁଙ୍କ ଶହ ଶହ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ପରିଷଦ ପକ୍ଷରୁ ଶରତ ଚନ୍ଦ୍ର ପ୍ରଧାନ ଓ ଶୋଭାରାଣୀ ପ୍ରଧାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଂଚ ଆହ୍ନନ କରିଥିବା ବେଳେ ଡାକ୍ତର ଜାନକି ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସାମ୍ବାଦିକ ରାମଚନ୍ଦ୍ର ସିଂହ, ରବିନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଓଝା, ଗଣେଶ ପରିଡା, କପିଳେଶ୍ୱର ମହାନ୍ତି, ଅନୁପ କୁମାର ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ସଦସ୍ୟ ଏଥିରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା