ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ଛତିଶଗଡର ଦାନ୍ତେୱାଡା ଠାରେ ମାଓବାଦୀ ମାନେ ଗୁଳିକରି ହତ୍ୟାକରିବା ପ୍ରତିବାଦରେ ଜଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସୋମବାର ଅପରାହ୍ନରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଆବାହକ ଭାସ୍କର ଚନ୍ଦ୍ର ମିଶ୍ର, ଆଇନଜୀବି ଜିତାଂଶୁ ନନ୍ଦୀ, ଶିକ୍ଷକ ଶଶିକାନ୍ତ ପ୍ରଧାନ, ଅଜିତ ମହାନ୍ତି, ଦିଲ୍ଲୀପ ଗିରି, ସାମ୍ବାଦିକ ଅବନୀ ଚାନ୍ଦ ଓ ସୁକୁମାର ରଣା ତଥା ପାଲାଗାୟକ ଚନ୍ଦ୍ରମଣି ରାଉତ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା