ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ପଂଚାୟତ ଅଧିନ ଶାଳବଣୀ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଶମ୍ବୁଶ୍ୱର ମହାଦେବଙ୍କ ଉଡା ଉତ୍ସବ ଅନୁଷ୍ଠିତ ହେବା ସଂଗେ ସଂଗେ ଦୀର୍ଘ ୧୨ବର୍ଷ ପରେ ଅନୁଷ୍ଠିତ ଚଡକଯାତ୍ରାର ସମାପନ ଗତକାଲି ସଂଖ୍ୟାରେ ସମ୍ପନ୍ନ ହୋଇଛି । ଦୀର୍ଘ୧ମାସ ଧରି ପାଟଭକ୍ତା ଶ୍ରୀ କମଳ ଲୋଚନ ବେହେରାଙ୍କ ନେତୃତ୍ୱରେ ୧୩ଜଣ ଭକ୍ତା ଶ୍ରୀଶ୍ରୀ ଶମ୍ଭୁଶ୍ୱର ମହାଦେବଙ୍କର ଆରାଧନା କରି ଆସୁଥିଲେ । ମହାଦେବଙ୍କ ମଠରେ ଏପ୍ରିଲ ୧୪ ତାରିଖରେ ପଇତା ପଡିବା କାର୍ଯ୍ୟକ୍ରମ ସମ୍ପନ୍ନ ହେଲାପରେ ବାଲିମଡା ଉତ୍ସବ ଏପ୍ରିଲ ୨୬ତାରିଖ ଅନୁଷ୍ଠିତ ହୋଇଥିଲା । ସେହିପରି ମଇ ୭ ତାରିଖରେ ଘଟଉଠା ଉତ୍ସବ ଓ ମଇ ୧୬ ତାରିଖରେ ମେଳି ଉତ୍ସବ ଅନୁଷ୍ଠିତ ହେବାପରେ ୧୭ତାରିଖରେ ପାଟ ଓ ଉଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ଗ୍ରାମର ହଜାର ହଜାର ଲୋକ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା