ଶାସ୍ତ୍ରୀଜୀଙ୍କ ମୃତ୍ୟୁର ରହସ୍ୟୋଦଘାଟନ ହେବା ଆବଶ୍ୟକ…

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀ ନାମରେ ନୁହଁ କାମରେ ମଧ୍ୟ ତାଙ୍କର ବାହାଦୂରି ଦେଖାଇଥିଲେ, ଯେତେବେଳେ ୧୯୬୫ ମସିହାରେ ପାକିସ୍ତାନ ଭାରତକୁ ଆକ୍ରମଣ କରିଥିଲେ ଶାରିରୀକ ଉଚ୍ଚତାରେ କମ୍ କିନ୍ତୁ ସାହାସର ଉଙ୍ଗୁତାର ଶ୍ରେଷ୍ଠ ତାହାର ପ୍ରମାଣ ଦେଇଥିଲେ । ରହସ୍ୟମୟ ଭାବେ ତାଙ୍କର ମୃତ୍ୟୁ ତତ୍କାଳିନ ସୋଭିଏତ ସଙ୍ଘର ତାସକେ ଠାରେ ହୋଇଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ଉପରୁ ପରଦା ଉଠିପାରି ନାହିଁ । ଅତ୍ୟନ୍ତ ସନ୍ଦେହାସ୍ପଦ ସ୍ତିତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଅନୁଜ ଧର ଅନେକ ତଥ୍ୟ ହାସଲ କରିଛନ୍ତି । ସେହି ତଥ୍ୟ ମଧ୍ୟ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପ୍ରାକୃତିକ ନଥିଲା ଓ ଏହା ଭିତରେ ଅନେକ ରହସ୍ୟ ଥିବା ଭଳି ସ୍ପଷ୍ଟ ହୋଇଛି । ୧୯୬୫ ମସିହାରେ ପାକିସ୍ତାନ ସହ ଯୁଦ୍ଧ ବେଳେ ଭାରତୀୟ ସେନା ପାକିସ୍ତାନର ଲାହୋର ପର୍ଯ୍ୟନ୍ତ ପହଂଚି ଯାଇଥିଲେ, ପାକିସ୍ତାନ ହାର ମାନିବାରୁ ଯୁଦ୍ଧ ବନ୍ଦ ହେଲା । ସୋଭିଏତ୍ ରୁଷର ମଧ୍ୟସ୍ତତାରେ ତାସକେ ଠାରେ ୧୯୬୬ ଜାନୁଆରୀ ୧୦ରେ ଦୁଇ ଦେଶର ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ କଲେ । ମାତ୍ର ଶାସ୍ତ୍ରୀଜୀ ଏହି ଚୁକ୍ତିକୁ ନେଇ ଚିନ୍ତାଗ୍ରସ୍ତ ଥାନ୍ତି, ଦେଶର ଲୋକଙ୍କର ମତାମତ କ’ଣ ରହିବ ତାହା ଥିଲା ଚିନ୍ତାର କାରଣ । ଯାହାବି ହେଉ ଚୁକ୍ତି ପରେ ଭୋଜିର ଆୟୋଜନ ଥିଲା । ଭୋଜି ସରିବା ପରେ ଶାସ୍ତ୍ରୀଜୀ ତାଙ୍କ ଘରକୁ ଫୋନ୍ କଲେ ଝିଅକୁ ଚୁକ୍ତି କେମିତି ଲାଗିଲା ବୋଲି ପଚାରିଲେ, କିନ୍ତୁ ଝିଅର ଉ ର ନିରାଶ କଲା ତେଣୁ ତାଙ୍କତ ଚିନ୍ତା ଅଧିକ ବଢିଲା ତେଣୁ କାଲିର ସମ୍ବାଦ ପତ୍ର କାବୁଲ ପଠେଇବାକୁ କହିଲେ କାରଣ ୧୧ ତାରିଖ ଦିନ ତାଙ୍କର କାବୁଲ ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଶାସ୍ତ୍ରୀଜୀ ରାତିରେ ନିଜ କକ୍ଷରେ ଏପଟ ସେପଟ ହେଉଥିଲେ, ତାଙ୍କ ବ୍ୟକ୍ତିଗତ ରୋଷେୟା ରାମନାଥ ବଦଳରେ ସୋଭିୟତ ସୁଷର ରାଜଦୂତ ଟି.ଏନ୍. କୋଲ୍ଙ୍କ ରୋଷେୟା ଜାନ୍ ମହମ୍ମଦ ପାଳଙ୍ଗ ଶାଗ ତରକାରୀ ଏବଂ କ୍ଷୀର ଦେଲା । ଶାସ୍ତ୍ରୀଜୀଙ୍କ ସାଙ୍ଗରେ ଥିବା ତାଙ୍କ ବ୍ୟକ୍ତିଗତ ସୂଚନା ଅଧିକାରୀ କୂଳଦୀପ୍ ନାୟର ତାଙ୍କ ପୁସ୍ତକରେ “ବିୟଣ୍ଡ ଦ ଲାଇନ୍ସ’ରେ ଲେଖିଛନ୍ତି ସମୟ ପ୍ରାୟ ୧:୨୫ ହେବ ସେ ରାତିରେ ଶୋଇଥିବା ବେଳେ ଜଣେ ଋଷିଆନ ମହିଳା କବାଟ ବାଡେଇଲେ ଏବଂ ଶାସ୍ତ୍ରୀଜୀ ଗୁରୁତର ବୋଲି କହିଲେ, ମୁଁ ଯାଇ ପହଂଚିବାରୁ ଦେଖିଲି ଋଷିଆର ରାଷ୍ଟ୍ରପତି ଏଲେକ୍ସୀ ପହଂଚିସାରିଛନ୍ତି ଆଉ ମୋତେ ଇସାରା ଦେଲେ ଶାସ୍ତ୍ରୀଜୀ ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଚପଲ ସଠିକ୍ ଜାଗାରେ ରହିଛି କିନ୍ତୁ ଟେବୁଲ ଉପରେ ଥିବା ଥର୍ମୋଫ୍ଲାକ୍ସଟି ପଡିଯାଇଛି ଯେମିତି ଖୋଲିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଖୋଲି ପାରିନାହାନ୍ତି, ଶାସ୍ତ୍ରୀଜୀ ଚୁକ୍ତିକୁ ନେଇ ଅସହଜ ଥିଲେ କିନ୍ତୁ ଚିନ୍ତା କରିବାର ବିଷୟ ଭାରତର ପ୍ରଧାନମନ୍ତ୍ରୀ ଅନ୍ୟ ଦେଶକୁ ଯାଇଛନ୍ତି ତାଙ୍କର ଯେଉଁଠି ରହିବା ପାଇଁ ବ୍ୟବସ୍ଥା ହେଇଛି ସେହି କୋଠରୀରେ ଟେଲିଫୋନ କିମ୍ବା ଘଣ୍ଟି ଦ୍ୱାରା ଯୋଗାଯୋଗ କରିବାର ବ୍ୟବସ୍ଥା ନଥିଲା ଶାସ୍ତ୍ରୀଜୀଙ୍କ ପାର୍ଥୀବ ଶରୀର ଜାନୁଆରୀ ୧୧ ତାରିଖ ଭାରତ ଆସିଲା କିନ୍ତୁ ତାଙ୍କ ପତ୍ନୀ ଲଳିତା ଶାସ୍ତ୍ରୀ ଏବଂ ପରିବାର ଲୋକଙ୍କୁ ପାର୍ଥୀବ ଶରୀର ପାଖରେ ବେଶି ସମୟ ରହିବା ପାଇଁ ଦିଆଯାଇନଥିଲା, ଳଳିତା ଶାସ୍ତ୍ରୀ ପାର୍ଥୀବ ଶରୀର ନୀଳ ପଡିଥିବା ଦେଖି ପଚାରିଲେ, ନୀଳ କ’ଣ ପାଇଁ ପଡିରହିଛି ଆଉ ଶବ ବ୍ୟବଛେଦ ପାଇଁ ଅଡିବସିଲେ କିନ୍ତୁ ସରକାର ଯେମିତି ଅଘୋଷିତ ଭାବରେ କିଛି ତଥ୍ୟକୁ ଚପାଇ ଦେବା ଚାହୁଁଥିଲା ଏହି ସମୟରେ ଜଣେ ବ୍ୟକ୍ତି ଶାସ୍ତ୍ରୀଜୀଙ୍କ ମୁହଁରେ ଚନ୍ଦନ ପ୍ରଲେପ ଲଗାଇ ଦେଇଥିଲେ, କିନ୍ତୁ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ହୃଦଘାତ୍ ଯୋଗୁ ନୁହେଁ ବୋଲି ପରିବାର ଲୋକ କହୁଥିଲେ କିନ୍ତୁ ସରକାର ସରକାର ତାହା ମନା କରୁଥିଲେ ଆଉ ବାରମ୍ବାର ହୃଦଘାତ ଜନିତ ମୃତ୍ୟୁ ବୋଲି ବୁଝେଇ ଦେବାରେ ଲାଗିଥିଲେ । ୨ ଅକ୍ଟୋବର ୧୯୭୦ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀରେ ଯାଞ୍ଚ ପାଇଁ ପୁଣି ଲଳିତା ଶାସ୍ତ୍ରୀ ଦାବି ରଖିଲେ ସରକାର ମଧ୍ୟ ମାନିନେଲେ, ଏକ ଯାଞ୍ଚ କମିଟି ମଧ୍ୟ ଗଠନ କରାଗଲା କିନ୍ତୁ ଯାଞ୍ଚ ଆଦେଶର କିଛିଦିନ ମଧ୍ୟରେ ଶାସ୍ତ୍ରୀଜୀଙ୍କ ବ୍ୟକ୍ତିଗତ ସଚିବ ଆର୍.ଏନ୍. ସିଂ ଏବଂ ବ୍ୟକ୍ତିଗତ ସହାୟକ ରାମନାଥଙ୍କର ଦୁଇଟି ଅଲଗା ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । ଆଉ ଏହି ଦୁଇ ଜଣ ହିଁ ଶାସ୍ତ୍ରୀଜୀଙ୍କ ସାଙ୍ଗରେ ତାସକେଣ୍ଡ ଜାଇଥିଲେ, ଦୁଇଜଣଙ୍କ ମୃତ୍ୟୁ ପରେ ଶାସ୍ତ୍ରୀଜୀ ଜାଂଚ କେସ୍ ବହୁତ ଦୁର୍ବଳ ହୋଇଗଲା । ତେଣୁ ସରକାର ମଧ୍ୟ ଆଉ ଧ୍ୟାନ ଦେଲେନି, ଶାସ୍ତ୍ରୀଜୀଙ୍କ ଶବ ବ୍ୟବଛେଦ କରାଯାଇନଥିବା ହେତୁ ମୃତ୍ୟୁର ଅସଲି କାରଣ ୫୩ ବର୍ଷ ପରେ ଆଜି ବି ରହସ୍ୟ ଉପରୁ ପରଦା ହଟେଇ ପାରିନାହିଁ । ତାଙ୍କର ମୃତ୍ୟୁ କୈାଣସି ବାହାର ଦେଶର ଗୁଇନ୍ଦା ସଂସ୍ଥାଙ୍କ ହାତ ରହିଛି ବା ଆଉ କାହାର ହାତ ରହିଛି ତାହା ଜଣା ଜଣାପଡିବା ଦରକାର । ମୃତ୍ୟୁ ପରେ ଶବ ବୟବଛେଦ ନ ହେବା, ଶରୀର ନୀଳ ପଡିବା, ଅଳ୍ପ ସମୟ ମଧ୍ୟରେ ଶରୀର ଅଧିକ ମାତ୍ରାରେ ଫୁଲିବା, ପେଟ ଆଉ ବେକ ପଛପଟେ ଚିରା ଦାଗ ରହିବା ତାଙ୍କ ମୃତ୍ୟୁକୁ ସାମାନ୍ୟ ନୁହେଁ ଅସାମାନ୍ୟ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସିଏ ଯାହାବି ହୋଇଥାଉ ଜଣେ ସାମାନ୍ୟ ପରିବାରରୁ ଦେଶର ଶୀର୍ଷ ନେତା ପର୍ଯ୍ୟନ୍ତ ଯାତ୍ରା କରିଥିବା ସ୍ୱତନ୍ତ୍ର ସେନାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ରହସ୍ୟ ଋଷର ଅନୁସନ୍ଧାନକାରୀ ସଂସ୍ଥାର ତଥ୍ୟକୁ ଆଣି ଭାରତ ସରକାରଙ୍କ ପାଖରେ ଥିବା ଗୁପ୍ତତଥ୍ୟକୁ ସାର୍ବଜନୀନ କରିଲେ ଜଣେ ମହାନ ନେତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହୋଇପାରିବ ।
ଲେଖକ – ସୌରଭ ପତି, ଭଦ୍ରକ

ରିପୋର୍ଟ : ଆକାଶ ମିଶ୍ର, ଭୁବନେଶ୍ୱର