

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଅଗସ୍ତିନୂଆଁଗାଁ ଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ କ୍ୟାମ୍ପସ ପରିସରରେ ଭୁବନେଶ୍ୱରସ୍ଥ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବବୃକ୍ଷ ଚାରାରୋପଣ କରାଯାଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଓଏସଏପି-ଅଷ୍ଟମ ବାଟାଲିୟନର ସମସ୍ତ ସିପାହୀ, ଅଧିକାରୀଙ୍କ ସମେତ କମାଣ୍ଡାଣ୍ଟ ସାହେବ ସୂର୍ଯ୍ୟନାରାୟଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆସିସିଷ୍ଟାଣ୍ଟ କମାଣ୍ଡାଣ୍ଟ ସର୍ବଶ୍ରୀ ଲଷ୍ମୀନାରାୟଣ ବେହେରା, ଜ୍ୟୋତିରଞ୍ଜନ ନାୟକ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ବାବା ଜୀବନ ଶାହାଙ୍କ ନେତୃତ୍ତ୍ୱରେ ଆୟୋଜିତ ଏହି ସୌଜନ୍ୟ ମୂଳକ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଆଦିକନ୍ଦ ଦାସ ମହାରାଜ(ପୁରୀ), ଦିଗପହଣ୍ଡିସ୍ଥ ଶ୍ରୀମା ହରିପ୍ରିୟା ଆଶ୍ରମର ବ୍ରହ୍ମଚାରୀ ଦେବଦତ୍ତ ମେକାପ, ଶ୍ରୀମତୀ ପଙ୍କଜୀନି ଜେନା, ଦେବ ଦୁର୍ଲଭ ସାହୁ (ବ୍ରହ୍ମପୁର) ପ୍ରମୁଖ ସହଯୋଗ କରି ଏହି କାର୍ଯ୍ୟକ୍ରମର ମହତ୍ତ୍ୱପ୍ରତିପାଦନ କରିଥିଲେ । ସମ୍ମାନୀତ ଅତିଥୀଭାବେ ବ୍ରହ୍ମପୁରର ଲାୟନ୍ସକ୍ଲବର ସଭାପତି ଡ଼ା.ଯୋଗେନ୍ଦ୍ର ନାୟକ, ଅରୁଣ ପ୍ରସାଦ ପଣ୍ଡା, ଟିଟାନିୟମ ଇଣ୍ଡଷ୍ଟ୍ରିର ପରିଚାଳକ ଭାଗିରଥି ହୋତା ପ୍ରମୁଖ ଯୋଗଦେଇ ଉତ୍ତମପରିବେଶ ଓ ଅମ୍ଳଜାନର ଆବଶ୍ୟକତା ପାଇଁ ବୃକ୍ଷଚାରାରୋପଣ କରି ସବୁଜ-ବନାନୀ ସଂସ୍ଥାପନ କରିବାର ଲକ୍ଷ୍ୟ ଓ ମହତ୍ତ୍ୱ ବିଷୟରେ ସଚେତନତାର ବାର୍ତ୍ତା ଦେଇଥିଲେ । ଓଏସଏପି-ଅଷ୍ଟମ ବାଟାଲିୟନ ସଂଘ ସଭାପତି ଅଜିତ କୁମାର ରଥ ଓ ସମ୍ପାଦକ ମରୁତ କୁମାର ପରିଡା ସକ୍ରୀୟ ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ ସାଧୁବାଦ ସହ ଧନ୍ୟବାଦ ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


