ଜଳେଶ୍ୱର (ସମୃଦ୍ଧ ଓଡିଶା) ବାହବେଦୀରେ ବସି ଯୁବକଟିଏ ଅଗ୍ନିଦେବକୁ ସାକ୍ଷୀ ରଖି ଅଜଣା ସାଥୀକୁ ଆପଣେଇ ଥାଏ । ସାତଜନ୍ମ ଲାଗି ପ୍ରେମ ବନ୍ଧନରେ ବାନ୍ଧି ହେବା ଲାଗି ଉଭ ପ୍ରତିଜ୍ଞାବନ୍ଧ ହୋଇଥାନ୍ତି । କିନ୍ତୁ ଭାଗ୍ୟର ବିଡମ୍ବନା, ଏ ସମସ୍ତ ସମ୍ପର୍କକୁ ଚିନ୍ନ କରି ସୈତାନୀ ପ୍ରବୃତିକୁ ଆପଣେଇ ଥାଏ ଏହି ମଣିଷ । ଫଳରେ ଦୁହିତା ଦୁଇକୂଳକୁ ହିତ ହୋଇନପାରି ପରିସ୍ଥିତି ସୃଷ୍ଟି କରିଥାଏ । ଶେଷରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଚେରୀ ଛିଡା ହୁଏ । ସେପରି ଏକ ଘଟଣା ଘଟିଛି ଜଳେଶ୍ୱର ଅଂଚଳରେ । ଜଳେଶ୍ୱର ଥାନାର ରାଜପୁର ଗାଁର ଗୟାପ୍ରସାଦ ବେହେରା ଜଣେ ଶିକ୍ଷକ ଥିବା ବେଳେ ତାଙ୍କ ପୁଅ ରାକେଶ ବେହେରା ମଧ୍ୟ ଜଣେ ଶିକ୍ଷକ ଭାବେ କାର୍ଯ୍ୟରତ । ୪ମାସ ତଳେ ଫେବୃଆରୀ ମାସରେ ରାଜେଶଙ୍କର ସରସୀଦା ଗ୍ରାମର ରଞ୍ଜୁବାଳା ବେହେରାଙ୍କ ସହ ବୈଦିକ ରିତୀରେ ସମସ୍ତ ଯାନି ଯୌତୁକ ସହ ବିବାହ ହୋଇଥିବା ଥାନା ସୂତ୍ରରୁ ପ୍ରକାଶ । ରଞ୍ଜୁବାଳା ବେହେରା ମଧ୍ୟ ଜଣେ ଶିକ୍ଷୟତ୍ରୀ । କିନ୍ତୁ ବିବାହର କିଛିଦିନ ପରେ ସ୍ୱାମୀ, ଶ୍ୱଶୁର, ଶାଶୁ ମିଲନବାଳା ବେହେରା ଓ ନଣଦ ଶୁଭସ୍ମିତା ଦେ ରଞ୍ଜୁବାଳାକୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପରିସ୍ଥିତି ଏପରି ହେଲା ଗତ ୫-୬-୨୦ରେ ରଞ୍ଜୁବାଳା ଥାନାରେ ଅଭିଯୋଗ କରିବା ପରେ ୧୮୯/୨୦ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ପ୍ରକାଶଯୋଗ୍ୟ, ନଣନ୍ଦ ଶୁଭସ୍ମିତା ଦେଙ୍କ ବିବାହ ନାବରା ଅଂଚଳରୁ ହୋଇଥିଲେ ମଧ୍ୟ ବିବାଦୀୟ ପରିସ୍ଥିତି ଯୋଗୁଁ ସେ ବାପଘରେ ରହୁଛନ୍ତି । ଆଜି ଜଳେଶ୍ୱର ଥାନା ସବ୍ ଇନସ୍ପେକ୍ଟର ଅନୁସୂୟା ନାୟକ ସଦଳବଳେ ରାକେଶ ଘରେ ଚଢାଉ କରି ଯୌତୁକ ଜିନିଷପତ୍ର ତବତ୍ କରି ରଞ୍ଜୁବାଳାକୁ ଫେରାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା