

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତେକ ସହର ଠାରୁ ଗାଁରେ ପହଞ୍ଚିବା ନିମନ୍ତେ ଏକଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ କାଲିପଲ୍ଲୀ ପଞ୍ଚାୟତରେ । ଆଜି ସରପଞ୍ଚ ଶ୍ରୀ ରାମଙ୍କ ଅଧ୍ୟକ୍ଷତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାଲିପଲ୍ଲୀ କ୍ଲଷ୍ଟରରେ ଶିକ୍ଷଣ ସାମଗ୍ରୀ ମେଳାର ଅନୁଷ୍ଠିତ ହୋଇଯାଇଛି । ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜ ପରିବେଶକୁ ସଫା ରଖିବା ନିମନ୍ତେ ପ୍ଲାସଟିକ ଓ ପଲିଥିନ ବ୍ୟବହାର ନ କରିବା ନିଜ ସ୍କୁଲକୁ ସ୍ୱଚ୍ଛ ରଖିବା ପିଲାଙ୍କୁ ବୁଝାଇବା । ଏହି ଅବସରରେ ସରପଞ୍ଚ ଶ୍ରୀ ରାମ ପିଲାମାନଙ୍କୁ ନିଜ ପରିବେଶକୁ ସଫା ରଖିବା ନିମନ୍ତେ ପ୍ଲାସଟିକ ଓ ପଲିଥିନ ବ୍ୟବହାର ନ କରିବା ନିଜ ସ୍କୁଲକୁ ସ୍ୱଚ୍ଛ ରଖିବାକୁ କହିଥିଲେ ଏବଂ ନିଜ ପରିବେଶ ସଫା ରହିଲେ ଗାଁ ଓ ସହର ସୁନ୍ଦର ଦେଖାଯିବ । ଏହାସହ ଓଡିଶାକୁ ସମୃଦ୍ଧ ଓଡିଶା କରିବାକୁ ହେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଲିପଲ୍ଲୀ ପଂଚାୟତ ସରପଞ୍ଚ ଶ୍ରୀ ରାମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚନ୍ଦ୍ରମଣି ରେଡି, ନିରୀକ୍ଷକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଦୀପ କୁମାର ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପୁଲପୁଟି ପ୍ରାଥମିକ ବିଦ୍ୟାଳୟର ଭାସ୍କର ସାହୁ, ସିଆରସିସି ଲାବାନ୍ୟ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପି. ଅର୍ଦ୍ଧ ରାଜୁଲୁ ରେଡି ଏବଂ କାଲିପଲ୍ଲୀ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





