କଟକ(ସମୃଦ୍ଧ ଓଡ଼ିଶା) ରାଜ୍ୟରେ ଚର୍ଚ୍ଚିତ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ଜାମିନରେ କୋହଳ କରାଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସହ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମଧ୍ୟ ପୋଲିସ ଏତଲାରେ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଗଲା ବୋଲି ସେ କହିଛନ୍ତି । ଆକ୍ରମଣରେ ପରବିନ୍ଦର ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ ପୁଲିସ ୩୦୭ ଦଫା ବଦଳରେ ୩୨୩ ଓ ୩୪୧ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଗଲା । ଏପରିକି ପରବିନ୍ଦର ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ ମଧ୍ୟ ପୁଲିସ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନଙ୍କୁ ସହଜରେ ଜାମିନ ମିଳିଗଲା ବୋଲି ସେ କହିଛନ୍ତି। ଆକ୍ରମଣର ଶିକାର ବ୍ୟକ୍ତି ଏତଲା ଦେଲା ବେଳେ ଦଫା କଥା ଉଲ୍ଲେଖ କରନ୍ତି ନାହିଁ । ପୁଲିସ ପ୍ରମାଣ ଆଧାରରେ ଦଫା ରୁଜୁ କରିଥାଏ। ପରବିନ୍ଦରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଜାମିନ ଯୋଗ୍ୟ ଦଫା ଲଗାଇଥିବାରୁ ସେମାନଙ୍କୁ ଜାମିନ ମିଳିଛି ବୋଲି କହିବା ସହ ତଦନ୍ତ ମଧ୍ୟ ଠିକ ଭାବେ ହେବା ସନ୍ଦେହ ବୋଲି ପ୍ରଶ୍ନ ଉଠାଇଛନ୍ତି ଆଇନଜିବୀ ଧରଣୀଧର ନାୟକ । ଅନ୍ୟ ପଟେ ଏହି ଘଟଣାକୁ ନେଇ ଭୟଭିତ ରହିଛନ୍ତି ପରବିନ୍ଦର। ଆଶା ଆଶଙ୍କାରେ ରହିଥିବା ପରବିନ୍ଦର କହିଛନ୍ତି ଯେ, ପୁରୀ ମଙ୍ଗୁ ମଠ ଭଙ୍ଗା ଘଟଣାକୁ ପ୍ରତିବାଦ କରିଥିବାରୁ ରାଗ ରଖି ତାଙ୍କୁ ଆକ୍ରମଣ କରାଯାଇ ଥାଇପାରେ । ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ପାଇଁ ମଙ୍ଗୁ ମଠ ଉଚ୍ଛେଦକୁ ହୋଇଥିବା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ପରବିନ୍ଦର। ଏପରିକି ତାଙ୍କୁ ଅମ୍ରିତସର ମଧ୍ୟ ଡକାଯାଇଥିଲା। ହୁଏତ ଏହି ସବୁ କାରଣ ପାଇଁ ରାଗ ରଖି ତାଙ୍କୁ ଆକ୍ରମଣ କରାଯାଇଥାଏ ପାରେ ବୋଲି ପରବିନ୍ଦର ଭୟଭୀତ ହୋଇ କହିଛନ୍ତି ବୋଲି ସାରା ରାଜ୍ୟରେ ପୋଲିସର କାର୍ଯ୍ୟ କୁ ନେଇ ଉଠିଛି ପ୍ରଶ୍ନ ।