ଶୀତକାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଯୋଜନା ଶିବିର ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ତରେଇପାଟପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା – ୟୁନିଟ – ୧ ତରଫରୁ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ରୂପେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମହୋଦୟ ଯୋଗ ପ୍ରଦାନ ପୂର୍ବକ ସେବା ମନୋବୃତ୍ତିର ମହତ୍ତ୍ୱକୁ ବଖାଣିଥିଲେ l ମୁଖ୍ୟ ବକ୍ତା ଭାବରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ. ପିଙ୍କିରାଣୀ ଦେଇ ମହୋଦୟା ମଧ୍ୟ ସ୍ଵେଚ୍ଛାସେବୀଙ୍କର ପ୍ରେରଣାର ଉତ୍ସ ପାଲଟିଥିଲେ l ସେ ସ୍ଵେଚ୍ଛାସେବୀଙ୍କୁ ନିଜଠାରୁ ସେବା ମନୋବୃତ୍ତି ଆରମ୍ଭ କରି ବ୍ୟକ୍ତିସତ୍ତା ତଥା ଗୋଷ୍ଠୀ ଓ ଶେଷରେ ସମାଜକୁ ପ୍ରବାର୍ତ୍ତାଇବା ନିମନ୍ତେ ବାର୍ତ୍ତା ଉପସ୍ଥାପନା କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତତ୍ତ୍ୱବଧାନ କ୍ରମେ ୫୦ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ ଛତ୍ରପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଲମ୍ବୋଦର ନାୟକ ଏହି ଶିବିରକୁ ଆରମ୍ଭ କରିଥିଲେ l ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଶିବିର ବଳବତ୍ତର ରହି ଉଦଯାପନ ହେବ ବୋଲି ଜଣାଯାଇଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା