

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ମୁକାବିଲା କରିବା ପାଇଁ ଦେଶରେ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡିଶା ସରକାର ସବୁ ରାଜ୍ୟ ଅପେକ୍ଷା ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରି ଆଉ ଦୁଇ ପାଦ ଆଗକୁ ବଢ଼ାଇଛନ୍ତି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ କରୋନା ପୋଜିଟିଭ ରୋଗୀ ବାହାରି ନ ଥିବା ବେଳେ ସରକାର ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ଟାଟା କମ୍ପାନୀ ପକ୍ଷରୁ କରାଯାଇଥିବା ଶୀତଳାପଲ୍ଲୀ ଠାରେ ଅସ୍ଥାୟୀ ଭାବେ ଏକ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଆଜି ଉତ୍ସର୍ବ କରିଛନ୍ତି । ଏହି ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ସମେତ ଡାକ୍ତର ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ମେଡିକାଲରେ ୨ଶହ ବେଡ଼ ରହିଛି । ସେଥିମଧ୍ୟରୁ ୨୦ଟି ବେଡ଼ରେ ଆଇସିୟୁର ବ୍ୟବସ୍ଥା କରାଯାଇଛି । ୧୫ଟିରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି । ୧୨୦ଟିରେ ସାଧାରଣ ବେଡ଼ କୋଭିଡ ରୋଗୀଙ୍କ ପାଇଁ ରଖାଯାଇଛି । ୪୦ଟି ଆଇସିଲୋସନ ବେଡ଼ ରହିଥିବା ବେଳେ ବର୍ତ୍ତମାନ ପାଇଁ ୧୬ ଜଣ ଡାକ୍ତର ରହିଛନ୍ତି । ନୋଡାଲ ଅଫିସର ଡାକ୍ତର ଉମା ମିଶ୍ରଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରଖାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ, ବିଏମସି କମିଶନର, ଟାଟା ମେଡିକାଲର ଅଧିକାରୀମାନଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ସୂଚନା ଦେଇଛନ୍ତି । ଗତକାଲି ଗଜପତି ଜିଲ୍ଲାରେ ମଧ୍ୟ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
