


ବ୍ରହ୍ମପୁର(ସମୃଦ୍ଧ ଓଡିଶା)କଳିଙ୍ଗ ବୈଷ୍ୟ ସଂଘ ମହିଳା ଶାଖା ତରଫରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମାନବ ସେବା ହିଁ ମାଧବ ସେବା ଚିନ୍ତାଧାରା ନେଇ ସଂଘର ସଭାନେତ୍ରୀ ଟି.କ୍ରିଷ୍ଣା କୁମାରୀ ପାତ୍ରଙ୍କ ନେତୃତ୍ୱରେ ସତୁରୀ ଜଣ ମହିଳା ସଭ୍ୟା ରାମଚନ୍ଦ୍ର ପୁର ସ୍ଥିତ “ବିଶ୍ୱ ନିକେତନ ଜରା ଶ୍ରମ “କୁ ଗସ୍ତ କରି ବସ୍ତ୍ର ,ଡାଲି, ଚାଉଳ ଖାଦ୍ୟ ସାମଗ୍ରୀ , ଫଳ ଇତ୍ୟାଦି ପ୍ରଦାନ କରି ବରିଷ୍ଟ ଅନ୍ତେବାସୀଙ୍କ ସହ କିଛି ସମୟ ବିତାଉଥିଲେ | ସଂପାଦିକା Ch. ସରିତା ସୁବୁଦ୍ଧି, କୋଷାଧକ୍ଷ| p. ମମତା ପାତ୍ର, ଉପ ସଭାନେତ୍ରୀ p. ସୁଜାତା ପାତ୍ର,ସହ ସଂପାଦିକା T. ସ୍ବର୍ଣ୍ଣଲତା ପାତ୍ର ଓ ଅଞ୍ଚଳିକ ମହିଳା ସଙ୍ଘର କୋଷାଧକ୍ଷ| S. ରୂପାବତୀ ପୃଷ୍ଟି ପ୍ରମୁଖ ଅଂଶଗ୍ରହଣ କରି ଥିଲେ | ଏହି କାର୍ଯ୍ୟକ୍ରମରେ ସଙ୍ଘର S. ଅଶୋକ କୁମାର ପାତ୍ର ଓ ସଙ୍ଘ ସଂପାଦକ E. ଅନିଲ କୁମାର ପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ। ବିଶ୍ଵ ନିକେତନ ପ୍ରତିଷ୍ଠାତା ତଥା ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ସଂଘ ସଦସ୍ୟା ମାନଙ୍କ ମହତ କାର୍ଯ୍ୟ ନିମନ୍ତେ ସାଧୁବାଦ ଜଣାଇବା ସହ ନିଜ ଅଞ୍ଚଳର ବୃଦ୍ଧ ବୃଦ୍ଧା ଓ ମହିଳା ଶିଶୁ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ପରାମର୍ଶ ଦେଇ ଥିଲେ।