
ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ପୋଲିସ ଅଧୀନ ଶେରଗଡ଼ ଥାନାର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ସେମାନଙ୍କର ଆଶୁ ଆରୋଗ୍ୟ ଏସ୍ପି କାମନା କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ଛତ୍ରପୁର ଏସ୍ଡିପିଓ, ଥାନା ଆଇଆଇସି, ପୋଲସରା ଥାନାର ଦୁଇଜଣ ହୋମଗାର୍ଡ ଏବଂ ଖଲ୍ଲିକୋଟ ଥାନା ଓ ହୁମା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଓଏସ୍ଏସ୍ଏଫ୍ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ରିପୋର୍ଟ-ବିପ୍ଳବ ସେଠୀ