ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ର ପାଣି ନିଷ୍କାସନ ନିମନ୍ତେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ର ତିନି ଛକ, ଚାରି ଛକ, ନନ୍ଦିନୀ ନଦୀ ତଟ ବୁଲିବା ସହ ନାଳ ସମାସ୍ୟା ସମାଧାନ ନେଇ ଆଲୋଚନା କରାଯାଇଥିଲା ସେହି ସମୟରେ ଶତାଧିକ ଶେରଗଡ଼ ଗ୍ରାମବାସୀ ଏହି ଅଧିକାରୀମାନଙ୍କୁ ଘେରିବା ସହ ତିନି ଛକକୁ ଲାଗି ଜମି ରହିଥିବା ପାଣିକୁ ଖାଲି କରିବା ନେଇ ଦାବି କରିଥିଲେ । ଏପରିକି ଆଜି ସନ୍ଧ୍ୟା ସୁଧା ତିନି ଛକ ଜମିରୁ ପାଣି ନିଷ୍କାସନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କଡା ଚେତାବନୀ ଦେଇଥିଲେ । ଏହାପରେ ଅଧିକାରୀମାନେ ବିଚାର ବିମର୍ଶ କରିବା ସହ ତୁରନ୍ତ ନାଳ କରିବା ନେଇ ପ୍ରତିଶୃତି ଦେବା ସହିତ ନୁଆଁ ନାଳ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି ବୋଲି ପୂର୍ତ୍ତି ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶତପଥୀ କହିଥିଲେ । ବ୍ଲକର ନାଳ ସମାସ୍ୟା ଦିନକୁ ଦିନ ଜଟିଳ ହେବାକୁ ଯାଉଛି । ନାଳ ଯୋଗୁଁ ପ୍ରତିବର୍ଷ ଶେରଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଚଳିତ ବର୍ଷ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୫୦୦ଏକର ଜମିରେ ଚାଷ କାର୍ଯ୍ୟ ବନ୍ଦ ହୋଇ ରହିଛି । ଏହାକୁ ନେଇ ଚାଷୀମାନେ ଅଭିଯୋଗ ପତ୍ର ଦେଇଥିଲେ । ଏହି ସମୟରେ ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ହୃଷିକେଶ ପାଢ଼ୀ, ବାଲାଜି ପ୍ରଧାନ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଗ୍ରାମାବାସୀମାନେ ଅଧିକାରୀମାନଙ୍କୁ ନାଳର ସ୍ଥାୟୀ ସମାଧାନ ନେଇ ଦାବି କରିଥିଲେ । ଲଗାଣ ବର୍ଷା ଯୋଗୁଁ ତିନିଛକ ନିକଟରେ ଜଳସ୍ତର ବଢୁବାରେ ଲାଗିଥିବା ବେଳେ ଶେରଗଡ଼ ଗ୍ରାମବାସୀଙ୍କ ମୁଣ୍ଡ ବ୍ୟଥା ବଢୁଛି ।
ରିପୋର୍ଟ : ବିପ୍ଳବ ସେଠି