


ଶେରଗଡ଼(ସମୃଦ୍ଧଓଡିଶା)ଆଜି ଶେରଗଡ଼ ବ୍ଲକ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଥିଲେ। ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ ସଭାପତତ୍ବରେ ରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଅଭିମନ୍ୟୁ ନାୟକ, ସରପଞ୍ଚ ରାଜେନ୍ଦ୍ର କୁମାର ସେଠୀ, ଜିଲ୍ଲାପରିଷଦ ସଦସ୍ୟା ଶ୍ରୀ ନିବେଦିତା ପ୍ରଧାନ, ସରପଞ୍ଚ ପ୍ରତିନିଧି ଶିବାଜି ବିଷୋୟୀ , କାହ୍ନୁଚରଣ ପଟ୍ଟନାୟକ,ଅତିଥି ଭାବେ ଯୋଗଦେଇ ଥିଲେ। ଏହି ନିଯୁକ୍ତି ମେଳା ରେ ୭୧୧ ଜଣ ନିଯୁକ୍ତି ପାଇଁ ଭାଗ ନେଇଥିଲେ। ଏହି ମଧ୍ୟରୁ ୩୯୦ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ୨୧୪ଜଣ ଟ୍ରେନିଂ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ୨୧୪ଜଣ ମଧ୍ୟରୁ ୮୯ଜଣ ଯୁବକ ଓ ୧୨୫ଜଣ ଯୁବତୀ ଟ୍ରେନିଂ ପାଇଁ ଯୋଗ୍ୟ ହୋଇଛନ୍ତି। ୧୫ଜଣ ତାଲିମ ପ୍ରଦାନ କାରୀ ଅନୁଷ୍ଠାନ ଯୋଗଦେଇ ଥିଲେ।
ରିପୋର୍ଟ : ରଜତ ପଟ୍ଟନାୟକ