
ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ଅଞ୍ଚଳରେ ପଙ୍ଗପାଳ । ସରକାର କରୋନା ମହାମାରୀ ପରି ମାରାତ୍ମକ ଭାଇରସ ସହ ମୁକାବିଲା କରିବା ସହ ଏବେ ଚିନ୍ତା ବଢାଇଛି ପାକିସ୍ତାନରୁ ଆସିଥିବା ଚାଷୀମାନଙ୍କ ଶତ୍ରୁ ପଙ୍ଗପାଳ । ଗତକାଲି ଅପରାହ୍ନରେ ଶେରଗଡ଼ର ସ୍ଥାନୀୟ ଅଞ୍ଚଳରେ ଥିବା ଚାଷ ଜମି ଓ ବିଭିନ୍ନ ଅଞ୍ଚଳର ଗଛ ଗୁଡିକରେ ଦେଖିବାକୁ ମିଳିଛି ପଙ୍ଗପାଳ । ଏହି ମାରାତ୍ମକ କୀଟ ଏମିତି ଏକ ଜୀବ ଯାହା ଧାନ ଫସଲ ସହ ଯେକୌଣସି ଏକ ଫସଲ ବା ଗଛରେ ବସନ୍ତି ତାହା ନଷ୍ଟ କରିଦିଅନ୍ତି ଓ ଚାଷୀମାନଙ୍କ ଜୀବିକା ଉପରେ ବହୁତ ପ୍ରଭାବ ପକାଇଥାନ୍ତି । ଏଥିପାଇଁ ଏବେ ସ୍ଥାନୀୟ ଚାଷୀ, ଜନସାଧାରଣ ଓ ପ୍ରଶାନଙ୍କ ଚିନ୍ତାର କାରଣ ସାଜିଛି ପଙ୍ଗପାଳ ।
ରିପୋର୍ଟ-ବିପ୍ଳବ ସେଠୀ