ଶେରଗଡ଼ ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ…

ଶେରଗଡ଼ (ସମୃଦ୍ଧ ଓଡିଶା) କରୋନା ଭାଇରସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧରେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଛାଡି ସଂକ୍ରମଣ ରୋକିବା ଲାଗି ଦିନ ରାତି ଏକ କରିଥିବା ଡାକ୍ତର, ନର୍ସ, ସରପଞ୍ଚ, ପୋଲିସ ଠାରୁ ଆରମ୍ଭ କରି ଅଗଣିତ କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେହି ମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସନ୍ଧ୍ୟା ୫.୩୦ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଜି ଶେରଗଡ଼ ବ୍ଲକର ପ୍ରାୟ ୧୬୩ ସଙ୍ଗରୋଧ କେନ୍ଦ୍ର ଓ କିଛି ଆନୁଷ୍ଠାନିକ ପରିସରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ବ୍ଲକର ସମସ୍ତ ସରପଞ୍ଚ ମାନେ ଏହି କାର୍ଯ୍ୟକ୍ରମ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ ।

ରିପୋର୍ଟ : ବିପ୍ଳବ ସେଠୀ